ସନଷ୍ଟାର ଟିଭି ବ୍ୟୁରୋ
ଋିପୋର୍ଟ: ମହାରାଷ୍ଟରେ ଦେଖାଦେଇଛି ରାଜନୈତିକ ଝଡ । ଶିବସେନା ଦଳରେ ବଢିବାରେ ଲାଗିଛି ଅସନ୍ତୋଷ । ତେବେ ଏହି ରାଜନୈତିକ ଝଡରେ ଏକନାଥ ସିନ୍ଦେଙ୍କ ନାମ ବହୁ ଚର୍ଚ୍ଚାକୁ ଆସିଛି । ତେବେ ଏହି ଏକନାଥ ସିନ୍ଦେ କିଏ?
୫୮ ବର୍ଷିୟ ଏକନାଥ ସିନ୍ଦେ ମହାରାଷ୍ଟର ସତାରା ଗାଁରେ ଜନ୍ମ ହୋଇଥିଲେ । ତାଙ୍କ ପିଲାଦିନ ବହୁ ସମସ୍ୟା ପୂର୍ଣ୍ଣ ରହିଥିଲା । ଆର୍ଥିକ ସଙ୍କଟ ଭିତରେ ବଡ ହୋଇଥିଲେ ସିନ୍ଦେ । ମାତ୍ର ୧୬ ବର୍ଷ ବୟସରେ ସିନ୍ଦେ ପରିବାରର ଭରଣ ପୋଷଣରେ ସହାୟତା କରିବା ସହ ନିଜର ଆବଶ୍ୟକତା ପୂରଣ କରୁଥିଲେ । ତେବେ ୧୯୬୬ ମସିହାରେ ମହାରାଷ୍ଟରେ ମୁଣ୍ଡ ଟେକିଥିଲା ବାଲଠାରେଙ୍କ ଶିବସେନା ଦଳ । ପରବର୍ତ୍ତୀ ମୁହୁର୍ତ୍ତରେ ବାଲଠାକରେଙ୍କ ଦ୍ୱାରା ପ୍ରଭାବିତ ହୋଇ ଏକନାଥ ସିନ୍ଦେ ଶିବସେନା ଦଳରେ ୧୯୮୦ ମସିହାରେ ପାଦ ଦେଇଥିଲେ । ସେ ସମୟରେ ମହାରାଷ୍ଟ୍ରରେ ଏକମାତ୍ର ହିନ୍ଦୁବାଦୀ ଦଳ ଭାବେ ବେଶ ସକ୍ରିୟ ଥିଲା ଶିବସେନା । ତେବେ ସିନ୍ଦେ ଦଳରେ ଯୋଗ ଦେବା ପରେ ତାଙ୍କର କାର୍ଯ୍ୟ ଏବଂ ସୁଚିନ୍ତିତ ଯୋଜନା ପାଇଁ ମହାରାଷ୍ଟରେ ଶିବସେନା ଦଳ ଅଧିକ ସଫଳତା ହାସଲ କରିଥିଲା । ଏହା ସହ ୨୦୦୪ ପ୍ରଥମଥର ବିଧାୟକ ହୋଇଥିଲେ ସିନ୍ଦେ ।ସମୟକ୍ରମେ ଶିବସେନାର ମୁଖ୍ୟ ବାଲଠାକରେଙ୍କ ବିୟୋଗ ହୋଇଥିଲା । ଏହା ପରେ ଦଳର ସମସ୍ତ ଦାୟିତ୍ୱ ତୁଲାଇଥିଲେ ସିନ୍ଦେ । ସମୟକ୍ରମେ ଦଳରେ ପରିବର୍ତ୍ତନ ହେଲା । ଦଳର ସମର୍ଥନ ଉଦ୍ଧବ ଠାକେରଙ୍କ ଏବଂ ତାଙ୍କ ପୁତ୍ର ଆଦିତ୍ୟ ଠାକେରଙ୍କ ଆଡକୁ ଢଳିବାରେ ଲାଗିଲା । ଦଳରେ ନାଁକୁ ମାତ୍ର ରହିଯାଇଥିଲେ ସିନ୍ଦେ । ହେଲେ ବର୍ତ୍ତମାନ କିନ୍ତୁ ସମୟଚକ୍ରର ପରିବର୍ତ୍ତନ ହୋଇଛି ।ଏବେ ଶିବସେନା ଦଳର ସ୍ଥିତି ଦୋହଲିବାରେ ଲାଗିଛି ।ଉଦ୍ଧବଙ୍କ ହାତରୁ ଶାସନ ଭାର ଖସି ଚାଲିଛି । ହୁଏତ ଶିବସେନାର ଦାୟିତ୍ୱ ଉଦ୍ଧବଙ୍କ ହାତରୁ ଖସି ସିନ୍ଦେଙ୍କ ହାତକୁ ଯାଇପାରେ ବୋଲି ଆଶଙ୍କା କରାଯାଉଛି ।(ରିପୋର୍ଟ:ସୋନାଲି)