ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ:ରାଣୀ ଏଲିଜାବେଥ୍ ଦୀର୍ଘ ଦଶନ୍ଧି ଧରି ସମାନ ହେୟାର ଷ୍ଟାଇଲ୍ ରଖିଥିଲେ। କିନ୍ତୁ ବର୍ତ୍ତମାନ ସେ ଏକ ନୂତନ ହେୟାର ଷ୍ଟାଇଲରେ ନଜର ଆସିଛନ୍ତି। ପ୍ରଶଂସକମାନେ ତାଙ୍କୁ ବହୁତ ପ୍ରଶଂସା ମଧ୍ୟ କରୁଛନ୍ତି। ପରିବାରର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ରାଣୀଙ୍କ ଏକ ଚିତ୍ର ସେୟାର କରାଯାଇଥିଲା । ସେ ନିଜ କେଶକୁ ବଦଳାଇଛନ୍ତି ଯାହା ଫଳରେ ତାଙ୍କର ଏକ ନୂତନ ଲୁକ ସାମ୍ନାକୁ ଆସିଛି। ଏହି ଲୁକ ସହିତ ସେ ସୁନ୍ଦର ଆଉ ଭଲ ମଧ୍ୟ ଦେଖାଯାଉଥିଲେ। କୋଭିଡ ସମୟରେ ରାଣୀ ତାଙ୍କର କେଶ କାଟି ପାରୁ ନଥିଲେ। ତେବେ ବର୍ତ୍ତମାନ ବହୁ ସମୟ ପରେ ସେ ତାଙ୍କର ନୂଆ ଲୁକରେ ନଜର ଆସିଛନ୍ତି।