ସନଷ୍ଟାର ଟିଭି ବ୍ୟୁରୋ
-
ବାସଭବନ ଛାଡିଛି , ଲଢ଼େଇ ନୁହେଁ
-
ଏକନାଥଙ୍କ ଶକ୍ତି ବନାମ ଉଦ୍ଧବଙ୍କ ଭକ୍ତି
-
କାର୍ଯ୍ୟକାରୀଣି ବୈଠକ ଡାକିଲା ଶିବସେନା
ରିପୋର୍ଟ: ମହାରାଷ୍ଟ୍ରର ସଙ୍କଟ ଏବେ ଅସମ୍ଭାଳ। ମହା ବିକାଶ ଆଘାଡି ଙ୍କୁ ଭାଙ୍ଗିବା ପାଇଁ ବାଗି ନେତା ତାଙ୍କର ମେଣ୍ଟ ବାନ୍ଧିଥିବା ବେଳେ କୌଣସି ମତେ ପଛ ଘୁଞ୍ଚା ଦେବାକୁ ମନା କରିଲେ ଉଦ୍ଧବ। ଗତକାଲି ମାତୋଶ୍ରୀ ରେ ଶିବସେନା ଦିନ ତମାମ ତାର ବୈଠକ ଜାରି ରଖିଥିବା ବେଳେ ଆଜି ମଧ୍ୟ କାର୍ଯ୍ୟକାରୀଣି ବୈଠକ ଡକାଇଛି। ଯେଉଁଥିରେ କିଛି ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ। ସରକାରୀ ବାସ ଭବନ ‘ବର୍ଷା’ ଛାଡିଥିବା ଉଦ୍ଧବ ଠାକରେ କହିଛନ୍ତି ମୁଁ କେବଳ ବାସଭବନ ଛାଡିଛି, କିନ୍ତୁ ଲଢ଼େଇ ନୁହେଁ। ଉଦ୍ଧବଙ୍କୁ ସମର୍ଥନ କରିବା ପାଇଁ ଶରଦ ପଓ୍ବାର,ଅଜିତ ପଓ୍ବାର ଏବଂ ଜୟନ୍ତ ପଟେଲ ମାତୋଶ୍ରୀରେ ବୈଠକରେ ସାମିଲ ହୋଇଛନ୍ତି।ସେପଟେ ନୂତନ ଭିଡିଓ ଜାରି କରି ଉଦ୍ଧବ କହିଛନ୍ତି ମୁଁ ବିଶ୍ବାସଘାତକତା କରିନି। ଏକନାଥଙ୍କ ପାଇଁ ମୁଁ କଣ ନକରିଛି ଏପରିକି ନିଜର ବିଭାଗ ମଧ୍ୟ ଏକନାଥଙ୍କୁ ଦେଇଛି କିନ୍ତୁ ମୁଁ ରୋଗରେ ପିଡିତ ଥିବା ବେଳେ ସେମାନେ ମୋ ଅସୁସ୍ଥତା ପାଇଁ ପ୍ରାର୍ଥନା କରିଲେ। ମୋର ଆସନ ପ୍ରତି ଲୋଭ ନାହିଁ କିନ୍ତୁ ବିଶ୍ବାସଘାତକତା ବରଦାସ୍ତ କରିହେବନି। ବିଧାୟକ ମାନେ ଶିବସେନା ଭାଙ୍ଗିବାକୁ ଚାହୁଁଛନ୍ତି କିନ୍ତୁ ଠାକରେଙ୍କ ନାମବିନା ଆଗକୁ ସେମାନେ ବଢ଼ିବେ କିପରି ବୋଲି ଉଦ୍ଧବ ପ୍ରଶ୍ନ କରିଛନ୍ତି। ସେପଟେ ଚୁପ ବସି ନାହାନ୍ତି ଏକନାଥ। ସିନ୍ଦେ ମଧ୍ୟ ତାଙ୍କର ବଳ ଜୁଟେଇବା ପାଇଁ ତୁହା କୁ ତୁହା ବୈଠକ ଡାକୁଛନ୍ତି। ଏହା ସହିତ ୩୭ ବିଧାୟକଙ୍କ ସମର୍ଥନ ସମ୍ପର୍କିତ ପତ୍ର ଉପବାଚସ୍ପତିଙ୍କୁ ଦିଆଯାଇଛି।
ମହାରାଷ୍ଟ୍ରର ମହାସଙ୍କଟ ଏବେ ମହାରାଷ୍ଟ୍ରରୁ ଗୋହାଟୀ ପର୍ଯ୍ୟନ୍ତ ବ୍ୟାପିଲାଣି। ସେପଟେ ସ୍ଥିତି ଜଡିଳ ଥିବାରୁ ସବୁ ଥାନା ରେ ୧୪୪ଧାରା ଜାରି କରାଯାଇଛି। ତେବେ ମହାରାଷ୍ଟ୍ରର ଏହି ସଙ୍କଟ ଥମିବାତ ଦୂରକଥା ଏହାର ଗତିପଥ କଣ ଏ ଯାଏଁ ରାଜନୈତିକ ପଣ୍ଡିତ ମାନେ ମଧ୍ୟ ଆକଳନ କରି ପାରୁ ନାହାନ୍ତି। । ତେବେ ଏଭଳି ପରିସ୍ଥିତିରେ ଶିବସେନା ମଧ୍ୟ ପଛଘୁଞ୍ଚା ନଦେବାକୁ ସ୍ଥିର କରିଦେଛି।