ସନଷ୍ଟାର ଟିଭି ବ୍ୟୁରୋ
କୋରାପୁଟ:କୋରାପୁଟ ସଦର ଥାନା ପାଇକଫୁଲବେଡା ଅନ୍ତରଗତ ମାଝୀଗୁଡା ଓଡ଼ପୁର ଭାରତ ମାଳା ଯୋଜନା ରେ ନିର୍ମାଣଧୀନ ରାସ୍ତା କଡରେ ଜମି ଭିତରେ ଜମି ରହିଥିବା ପାଣି ରେ ଖେଳୁଥିବା ସମୟରେ ପାଣିରେ ବୁଡି ୩ ବାଳିକା ଓ ଜଣେ ବାଳକ ଙ୍କ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ କୋରାପୁଟ ସଦର ପୋଲିସ ସେମେତ କୋରାପୁଟ ଟାଉନ ଏସଡିପିଓ ମନୋଜ ପୂଜାରୀ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଛନ୍ତି। ଏହାସହିତ ଉତ୍ତପ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ଶବ ବ୍ୟବଛେଦ ପାଇଁ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ କୁ ପଠାଇ ଦେଇଥିଲେ। ମୃତ୍ୟୁ ବରଣ କରିଥିବା ୪ ଶିଶୁଙ୍କ ମଧ୍ୟରୁ ଜଣେ ବାପା ର ୨ଝିଅ ଥିବା ଜଣା ପଡିଛି। ଏହି ଘଟଣାରେ ମୃତ୍ୟୁ ବରଣ କରିଥିବା ଶିଶୁ ମାନେ ହେଲେ ବିମଳା (୬), ରାଇଲା (୪), ମଧୁସୂଦନ(୬), ପୂର୍ଣ୍ଣି (୮)। ସମସ୍ତ ଶିଶୁଙ୍କର ବୟସ ପ୍ରାୟ ୪ ବର୍ଷ ରୁ ୮ବର୍ଷ ମଧ୍ୟରେ ରହିଛି। ଭାରତ ମାଳା ଯୋଜନାରେ ହେଉଥିବା କାମ ମନମୁଖୀ ହେଉଥିବା ଯୋଗୁଁ କାମ ଆରମ୍ଭ ରୁ ଅଞ୍ଚଳ ବାସୀ ବିରୋଧ କରି ଆସୁଛନ୍ତି। ଭାରତ ମାଳା ଯୋଜନାରେ ହେଉଥିବା କାମ ଠିକ ସେ କରାଯାଉ ନାହିଁ। ମନ ଇଚ୍ଛା ରାସ୍ତା କରିବା ନାଁ ରେ ସବୁ ଜାଗାରେ ଗାତ ଖୋଳି ଦିଆଯାଉଛି। ଯାହା ଫଳରେ ବର୍ତ୍ତମାନ ବର୍ଷା ଦିନ ହୋଇଥିବାରୁ ସବୁ ଆଡେ ପାଣି ଜମି ରହିଛି। ରାସ୍ତା କଡରେ ଏହା କୃତିମ ନାଳର ରୂପ ନେଉଛି। ଏହା ରାସ୍ତା କଡରେ ହୋଇଥିବାରୁ କୁନି କୁନି ପିଲା ମାନେ ସେଇ ପାଣିରେ ଖେଳୁଥିବା ସମୟରେ ହଠାତ ଗୋଡ ଖସି ଯିବା ଯୋଗୁଁ ଘଟଣା ସ୍ଥଳରେ ୪ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଯୋଜନାର ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଅତିଷ୍ଠ ହୋଇ ଅଞ୍ଚଳ ବାସୀ କୋରାପୁଟ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଥିଲେ। ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ଦିନ କେଇଟା ଯାଇନି ଏ ଘଟଣା ଘଟିଛି। ମୃତ୍ୟୁ ବରଣ କରିଥିବା ଶିଶୁ ମାନଙ୍କୁ ଭାରତ ମାଳା ତରଫରୁ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।(ରିପୋର୍ଟ:ବେଙ୍କଟେସ ରାଓ)