ସନଷ୍ଟାର ଟିଭି ବ୍ୟୁରୋ
-
ଶିବ ସେନାରୁ ସିନ୍ଦେ ସେନା
-
ନମ୍ବର ଗେମ ଖେଳୁଛନ୍ତି ଏକନାଥ ସିନ୍ଦେ
-
ମେଣ୍ଟ ଗଢ଼ିବା ପାଇଁ ଭାଙ୍ଗିଲେ ଦଳ
ରିପୋର୍ଟ: ସଙ୍କଟରେ ଶିବ ସେନା। ଦଳ ଭାଙ୍ଗିବା ସହିତ ଉଦ୍ଧବଙ୍କ ସରକାରଙ୍କୁ ପତନ କରିବା ପାଇଁ ଏବେ ଦଳର ହିଁ ବିଧାୟକ ମାନେ ମେଣ୍ଟ ବାନ୍ଧିଛନ୍ତି। ଏଥିରେ ନମ୍ବର ଗେମ ଖେଳୁଛନ୍ତି ଦଳର ମୁଖ୍ୟନେତା ଏକନାଥ ସିନ୍ଦେ। ଗୋହାଟିରେ ବସି ମହାରାଷ୍ଟ୍ରର ଗେମ ପ୍ଲାନ କରୁଛନ୍ତି ସିନ୍ଦେ। ୪୨ ଜଣଙ୍କର ବିଧାୟକ ମାନଙ୍କୁ ନେଇ ଏକ ବୈଠକ ଡାକିଛନ୍ତି ସିନ୍ଦେ। ଏହା ସହିତ ଏକ ଭିଡିଓ ମଧ୍ୟ ଜାରିକରିଛନ୍ତି। ସେପଟେ ସମୟ ଗଡିବା ସହିତ ସଙ୍କଟ ମଧ୍ୟ ବଢ଼ି ବଢ଼ି ଚାଲିଛି। ପ୍ରଥମେ ଉଦ୍ଧବ ଠାକରେ ଏକ ଭିଡିଓ ଜାରି କରି ନିଜର ଇସ୍ତଫା ଦେବା କଥା କହିଲେ ଏହା ପରେ ସେ ତାଙ୍କ ସରକାରୀ ବାସଭବନ ଛାଡି ମାତୋଶ୍ରୀ ଫେରିଆସିଛନ୍ତି। ଏହାସହିତ ଉଦ୍ଧବ କହିଛନ୍ତି ଯଦି ବିଧାୟକ ମାନଙ୍କର କିଛି ଅସୁବିଧା ଅଛି ତେବେ ସେ ସିଧା ସଳଖ ମୋ ସହିତ କଥା ହୁଅନ୍ତୁ । ଯଦି ସେମାନେ ସହମତି ପ୍ରକାଶ କରିବେ ତେବେ ମୁଁ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ଛାଡିବାକୁ ପ୍ରସ୍ତୁତ ଅଛି। ଉଦ୍ଧବଙ୍କ ଉପରେ ଅସନ୍ତୋଷ ପ୍ରକାଶ କରୁଥିବା ସମସ୍ତ ବିଧାୟକ ମାନଙ୍କୁ ନେଇ ସିନ୍ଦେ ବର୍ତ୍ତମାନ ମହାରାଷ୍ଟ୍ରର ଗେମ ପ୍ଲାନ କରୁଛନ୍ତି। ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଏକ ଚିଠି ସେୟାର କରିଛନ୍ତି। ଚିଠିଟି ସବୁ ଶିବସେନା ବିଧାୟକଙ୍କ ମନଭାବ ବର୍ଣ୍ଣନା କରାଯାଇଛି। ବିଧାୟକ ମାନେ କହିଛନ୍ତି ଉଦ୍ଧବ ସବୁ ବେଳେ ନିଜ ଦଳର ବିଧାୟକ ମାନଙ୍କୁ ଅଣ ଦେଖା କରିଛନ୍ତି। କେବେ ନା ଦେଖାକରନ୍ତି ନା କିଛି ଅସୁବିଧା ସମ୍ପର୍କରେ ପଚାରନ୍ତି ବରଂ ବିରୋଧୀ ମାନଙ୍କର ପ୍ରତ୍ୟେକ କଥାକୁ ପାଳନ କରନ୍ତି।ସେଥିପାଇଁ ବର୍ତ୍ତମାନ ସେ ବିଜେପି ସହିତ ମେଣ୍ଟ କରିବା ପାଇଁ ଚାହୁଁଛନ୍ତି। ବିଜେପି ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଁ ଅପିଲ କରିଛନ୍ତି। ବିଜେପି ଆଗରେ ସର୍ତ ମଧ୍ୟ ରଖିଛନ୍ତି ସିନ୍ଦେ। ସୂଚନାମୁତାବକ ଉଦ୍ଧବଙ୍କ ପାଖରେ ଶିବସେନାର ୧୪ ଟି ଏନସିପିର ୫୩ ଟି କଂଗ୍ରେସର୪୪ ଟି ଏବଂ ଅନ୍ୟ ଦଳର ୯ଟି ସମର୍ଥନ ସହ ମୋଟ ୧୨୨ଟି ଭୋଟ ରହିଥିବା ବେଳେ ସିନ୍ଦେଙ୍କ ପାଖରେ ବାଗିର ୩୯ଟି, ର୍ନିଦଳୀୟ ୭ ଟି,ବିଜେପିର ୧୦୬ଟି ଏବଂ ଅନ୍ୟ ୭ଟି ଭୋଟ ସହ ମୋଟ ୧୫୮ଟି ଭୋଟ ରହିଛି। ଅପରପଟେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦଳର ବଡ଼ ନେତାଙ୍କୁ ନେଇ ବୈଠକ କରିଛନ୍ତି। ଏଥିରେ ଉଦ୍ଧବଙ୍କ ସରକାରୀ ବାସଭବନରେ ୧୨ ବିଧାୟକ ପହଞ୍ଚିଥିବାର ଜଣାପଡିଛି। ଯଦି ମହାରାଷ୍ଟ୍ର କ୍ଷମତାରେ ପରିବର୍ତ୍ତନ ହୁଏ ତେବେ ଅନେକ ସାଂସଦ ସିନ୍ଦେଙ୍କ ପକ୍ଷକୁ ଯିବେ । ତେବେ ବର୍ତ୍ତମାନ ପରିସ୍ଥିତିରେ ଯଦି ଶିବ ସେନା ନିଜ କ୍ଷମତା ହରାଇବସିଲା ତେବେ ସ୍ଥିତି ବହୁତ ଜଟିଳ ହେବ ବୋଲି ରାଜନୈତିକ ମହଲରେ ପ୍ରକାଶ ପାଉଛି।