ସନଷ୍ଟାର ଟିଭି ବ୍ୟୁରୋ

ରିପୋର୍ଟ: କିଏ ହେବେ ଦେଶର ଆଗାମୀ ରାଷ୍ଟ୍ରପତି ଏହାକୁ ନେଇ ବହୁତ ଚର୍ଚ୍ଚା ଲାଗି ରହିଥିବା ବେଳେ ବର୍ତ୍ତମାନ ସାମ୍ନାକୁ ଦୁଇଟି ଚେହେରା ଆସିଛି। ଆସନ୍ତା ଜୁଲାଇ ୨୪ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ଏହାର ୬୦ ଦିନ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚିତ ହେବ। ତେବେ ଏନଡିଏ ପକ୍ଷରୁ ଓଡିଶାର ଦଳିତ ନେତ୍ରୀ ଦୌପଦୀ ମୁର୍ମୁ ଙ୍କର ନାମ ଦିଆଯାଇଛି। ତେବେ ଏହା ସହିତ ବିରୋଧୀ ଦଳର ନେତାମାନେ ଯଶଓ୍ବନ୍ତ ସିନ୍ହାଙ୍କର ନାମ ଘୋଷଣା କରିଛି। ଜୁନ୨୯ ତାରିଖରେ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ। ଗତକାଲି ନାମଙ୍କନ ଭରିବେ ଏନଡିଏ ପ୍ରାର୍ଥୀ ଦୌପଦୀ ମୁର୍ମୁ। । ଦୌପଦୀ ନାମାଙ୍କନ ପାଇଁ ଦିଲ୍ଲୀ ଅଭିମୁଖେ ବାହାରିସାରିଥିବା ବେଳେ ଏହି ନାମାଙ୍କନ ପ୍ରକ୍ରିୟାରେ ବିଜେଡି ସାମିଲ ରହିବ। ବିଜେଡିର ମନ୍ତ୍ରୀ ଟୁକୁନୀ ସାହୁ ଏବଂ ମନ୍ତ୍ରୀ ଜଗନ୍ନାଥ ସାରକା ନାମାଙ୍କନ ସମୟରେ ଦୌପଦୀ ମୁର୍ମୁଙ୍କ ଉପସ୍ଥିତ ରହିବେ ।ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ସଭାପତି ଜେପି ନଡ୍ଡାଙ୍କ ସହିତ କଥା ହୋଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି। ଜୁନ୨୯ ତାରିଖରେ ହେଉଛି ନାମାଙ୍କନ ଦାଖଲା ଶେଷ ତାରିଖ। ଜୁନ ୩୦ ତାରିଖରେ ହେବ ନାମାଙ୍କନ ଯାଞ୍ଚ ହେବ। ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁଲାଇ ୧୮ରେ ହେବ ଭୋଟ ଗ୍ରହଣ କରାଯିବ। ଏବଂ ଜୁଲାଇ ୨୧ରେ ଭୋଟ ଗଣତି ହେବ । ଏହାପରେ ଦେଶକୁ ମିଳିବ ନୂତନ ରାଷ୍ଟ୍ରପତି।