ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ:ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପାଇଁ ଆଗକୁ ନିର୍ବାଚନ ହେବ। ଏଥିପାଇଁ ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ଏନଡିଏ ପ୍ରାର୍ଥୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଭେଟିଛନ୍ତି। ଦୌପ୍ରଦୀଙ୍କୁ ଭେଟିବା ପରେ ମୋଦୀ କହିଛନ୍ତି ଯେ ତାଙ୍କ ରାଷ୍ଟ୍ରପତିଙ୍କ ନାମାଙ୍କନକୁ ସମାଜର ସମସ୍ତ ବିଭାଗ ଲୋକ ପ୍ରଶଂସା କରିଛନ୍ତି। ମୁଁ ତାଙ୍କୁ ବ୍ୟକ୍ତିଗତ ଭାବେ ଜାଣିଛି। ତୃଣମୂଳସ୍ତରରେ ସମସ୍ତ ସମସ୍ୟା ସହିତ ସେ ଜଡିତ। ଏବଂ ଭାରତର ବିକାଶ ପାଇଁ ତାଙ୍କର ଦୃଷ୍ଟିଶକ୍ତି ଉଲ୍ଲେଖନୀୟ ବୋଲି ପ୍ରଧାନମନ୍ତ୍ରୀ ଏକ ଟୁଇଟ୍ରେ ଲେଖିଛନ୍ତି । ଏହା ସହିତ ସେ ଲେଖିଛନ୍ତି ପୂର୍ବତନ ରାଜ୍ୟପାଳ ଜଣେ ମହାନ ରାଷ୍ଟ୍ରପତି ହେବେ। ସମାଜ ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବେ। ଆସନ୍ତା କାଲି ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବାକୁ ଯାଉଛନ୍ତି ଦୌପ୍ରଦୀ ମୁର୍ମୁ।