ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ: ଘରଦ୍ୱାର ଭାଙ୍ଗି ଚୁରମାର । ଧରାଶୟୀ ହେଲା ଆଫଗାନିସ୍ତାନ । ପ୍ରକୃତିର ତାଣ୍ଡବରେ ଧରାଶୟ ହୋଇଛି ଆଫଗାନିସ୍ତାନ। ଗତକାଲି ଏକ ବଡଧରଣର ଭୂକମ୍ପ ଆଫଗାନିସ୍ତାନରେ ହୋଇଛି । ସୂଚନାମୁତାବକ ଭୂକମ୍ପର ତୀବ୍ରତା ୬.୧ ରହିଥିଲା । ଏହା ଦ୍ୱାରା ବହୁ ଘରଦ୍ୱାର ଭାଙ୍ଗିବା ସହ ପ୍ରାୟ ୧୫୦୦ ଶହରୁ ଉର୍ଦ୍ଧ ଲୋକେ ଆହାତ ହୋଇଛନ୍ତି । ପ୍ରାୟ ୧ ହଜାରୁ ଅଧିକ ଲୋକଙ୍କର ମୃତ୍ୟ ହୋଇଛି । ଏହି ଭୂକମ୍ପର ପ୍ରଭାବ ପାକିସ୍ତାନର କିଛି ଅଶଂରେ ମଧ୍ୟ ପଡିଛି । ଏହି କିଛି ଦିନ ହେବ ଆଫାନିସ୍ତାନର ଶାସନ ତାଲିବାନ ହାତକୁ ନେଇଥିଲା । ସେତେବେଳେ ମଧ୍ୟ ଆଫଗାନିସ୍ତାନର ବାସିନ୍ଦା ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଥିଲେ । ଦୀର୍ଘ ଦୁଇ ଦଶନ୍ଧି ଧରି ଆମେରିକାର ସାମରିକ ଶକ୍ତି ବିରୋଧରେ ଲଢେଇ କରିବା ପରେ ଆଫଗାନିସ୍ତାନ ଶାସନକୁ ତାଲିବାନି ଶେଷରେ ନିଜ ଅକ୍ତିଆର କରିଛି । ତେବେ ଆଫଗାନିସ୍ତାନରେ ସତେ ଯେମିତି ବିପଦ ପିଛା ଛାଡୁନି । ପ୍ରଥମେ ସାରା ବିଶ୍ୱରେ କୋଭିଡ ଆତଙ୍କ । ଏହାର ଠିକ ପରେ ପରେ ଆଫଗାନିସ୍ତାନ ଉପରେ ତାଲିବାନି ଆକ୍ରମଣ । ପୁଣି ଏବେ ଭୂକମ୍ପ । ଯାହାର ଫଳସ୍ବରୁପ ଆଫଗାନିସ୍ତାନ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ।(ରିପୋର୍ଟ: ସୋନାଲି)