ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର:ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଖୋଲା ସମର୍ଥନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭାରେ ସବୁ ଦଳର ସଭ୍ୟ ମାନଙ୍କୁ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡ଼ିଶାର ଝିଅ ଦୌପଦୀ ମୁର୍ମୂଙ୍କୁ ସମର୍ଥନ କରିବା ପାଇଁ ନିବେଦନ କରିଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ପରେ ଏନଡ଼ିଏ ପ୍ରାର୍ଥୀଙ୍କୁ ନବୀନଙ୍କୁ ସମର୍ଥନ । ବିଜେପି ନେତୃତ୍ୱଧୀନ ଏନଡିଏ ପ୍ରାର୍ଥୀ ଙ୍କୁ ବିଜେଡ଼ିର ସମର୍ଥନ ନୂଆ କଥା ନୁହେଁ ।
ସୂଚନାମୁତାବକ ୨୦୧୭ ରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ବିଜେଡି ସମର୍ଥନ କରିଥିଲା ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡ଼ିଏ ପ୍ରାର୍ଥୀଙ୍କୁ ବିଜେଡ଼ିର ସମର୍ଥନ ମିଳିନଥିଲା । ସେଥିରେ ବିଜେଡି ଋାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ଙ୍କୁ ସମର୍ଥନ କରିଥିଲା । ସେହିପରି ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କରିଥିଲା । ବିଜେପି କେନ୍ଦ୍ରୀୟ ନେତୃତ୍ୱ ଅନୁରୋଧରେ ସମର୍ଥନ ନିଷ୍ପତ୍ତି ନେଇଥିଲେ ନବୀନ ପଟ୍ଟନାୟକ । ତେବେ ଏହା କିଛି ୁପ୍ରଥମ ନୁହେଁ ସଂସଦରେ ଅନେକ ଜାତୀୟ ପ୍ରସଙ୍ଗରେ ମଧ୍ୟ ବିଜେପିକୁ ବିଜେଡର଼ି ସମର୍ଥନ ମିଳି ଆସିଛି । ବର୍ତ୍ତମାନ ଯାହା ଦେଖା ଯାଉଛି ରାଷ୍ଟ୍ରପତି ନିର୍ବାଚନ ଆସନର ବିଜେତା ଦୌପଦୀ ମୁର୍ମୁୁ ହେବେ । ଆଜି ଦୌପଦୀ ମୁୁର୍ମୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଦିଲ୍ଲୀ ଯାଇଛନ୍ତି । ଏବଂ ତାଙ୍କ ସହିତ ଓଡିଶାର ଦୁଇ ମନ୍ତ୍ରୀ ଟୁକୁନି ସାହୁ ଏବଂ ମନ୍ତ୍ରୀ ଜଗନ୍ନାଥ ସାରକା ମଧ୍ୟ ଯାଇଛନ୍ତି । ଆସନ୍ତା କାଲି ଦୌପଦୀ ମୁର୍ମୁ ନିଜ ନାମାଙ୍କନ ପତ୍ର ଦାଖଲ କରିବେ ।(ବିଶ୍ୱ)