ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ: ଶାରୀରିକ,ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ରେ ଯୋଗର ଭୂମିକା ଅନେକ। ଏହା ମନକୁ ସ୍ଥିର, ଏକାଗ୍ରତା ଏବଂ ଶାନ୍ତ ରଖିବାରେ ସାହାର୍ଯ୍ୟ କରିଥାଏ। ତେବେ ଅନେକ ବର୍ଷ ପୂର୍ବେ ଯୋଗର ଉତ୍ପତ୍ତି ହୋଇଥିବାର ସୂଚନା ମିଳେ। ପ୍ରତ୍ୟେକ ଲୋକଙ୍କୁ ଯୋଗ କରିବା ଆବଶ୍ୟକ ଏହାଦ୍ଵାରା ମିଳୁଥିବା ସ୍ବାସ୍ଥ୍ୟଗତ ଲାଭ ସମସ୍ତେ ପାଇବା ଉଚିତ।ଏହାକୁ ଦୈନିକ ନିଜ ଦିନଚର୍ଯ୍ୟାରେ ସାମିଲ କରିବା ସମସ୍ତଙ୍କ ପାଇଁ ଭଲ। ଯୋଗ ଭାରତର ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଉପହାର । ଏହା ମନ ଏବଂ ଶରୀରକୁ ସଂଯୋଗ କରେ । ବିଶେଷଜ୍ଞଙ୍କ ମତରେ ସ୍ବାସ୍ଥ୍ୟ ଏବଂ ସମୃଦ୍ଧି ପାଇଁ ଯୋଗ ଏକ ସିଦ୍ଧ ଉପଚାର ଅଟେ ।ଯୋଗର ଉପକାରିତା କୁ ନେଇ ଲୋକ ମାନଙ୍କ ମନରେ ସଚେତନତା ଭରିବା ପାଇଁ ଅନ୍ତର୍ଜାତୀୟ ଯୋଗ ଦିବସ ବିଶ୍ୱବ୍ୟାପୀ ଜୁନ ୨୧ ତାରିଖରେ ପାଳିତ କରାଯାଏ । ଅନ୍ତର୍ଜାତୀୟ ସ୍ତରରେ ଏହାକୁ ପାଳନ କରିବା ପାଇଁ ମିଳିତ ଜାତିସଂଘ ଅଧ୍ଵବେଶନରେ ଡିସେମ୍ବର ୧୧ , ୨୦୧୪ରେ ସଂକଳ୍ପ ହୋଇଥିଲା । ଯୋଗ ମୂଲ୍ୟବୋଧକୁ ସମ୍ମାନ ଦେବା ସହ ବିଶ୍ବର କୋଣ ଅନୁକୋଣେ ଯୋଗକୁ ପହଞ୍ଚାଇବା ପାଇଁ ଭାରତ ପ୍ରସ୍ତାବ ଦେଇଥିଲା।ସେବେ ଠାରୁ ବିଶ୍ବ ଯୋଗ ଦିବସ ପାଳନ କରାଯାଉଛି। ଏବଂ ବିଗତ ଦୁଇ ବର୍ଷରେ କରୋନା ଯେପରି ସାରା ବିଶ୍ବକୁ ଗ୍ରାସ କରିଲା ସେହି ସମୟରେ ନିଜ ସ୍ବାସ୍ଥ୍ୟକୁ ଜଗିବା ପାଇଁ ଲୋକମାନେ ଯୋଗ କୁ ନିଜ ପ୍ରତିଦିନ କାର୍ଯ୍ୟକ୍ରମରେ ସାମିଲ କରିଲେ। ଆଜି ସାରା ଭାରତରେ ଯୋଗ ଦିବସ ପାଳନ କରାଯାଉଛି। ଏହା ସହିତ ଯୋଗର ଉପକାରିତା ବିଷୟରେ ସମସ୍ତଙ୍କୁ ସୂଚନା ମଧ୍ୟ ଦିଆଯାଉଛି।