ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ରାଜ୍ୟରେ ଦକ୍ଷିଣ – ପଶ୍ଚିମ ମୌସୁମୀ ବାୟୁ ଗତି କରିଛି । ଯାହାଫଳରେ ରାଜ୍ୟରେ ବର୍ତ୍ତମାନ କିଛି କିଛି ସ୍ଥାନ ବର୍ଷା ହୋଇଛି। ଗତ କାଲି ଠାରୁ ଆଗାମୀ ୪ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି। ଗତକାଲି ସବୁଠାରୁ ଅଧିକ ବର୍ଷା ମୟୁରଭଞ୍ଜର କରଞ୍ଜିଆ ଠାରେ ରେକର୍ଡ କରାଯାଇଛି । ଏହାଦ୍ଵାରା ସମସ୍ତ ଜିଲ୍ଲାକୁ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି । ଆଗାମୀ ୨ରୁ ୩ ଦିନ ମଧ୍ୟରେ ଓଡ଼ିଶାର ଅନ୍ୟ ଅଞ୍ଚଳକୁ ମୌସୁମୀ ଅଗ୍ରସର ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ବାଲେଶ୍ଵର , କଟକ , କେନ୍ଦ୍ରାପଡା , ଯାଜପୁର , ଭଦ୍ରକ , ଜଗତସିଂହପୁର , ପୁରୀ , ଖୋର୍ଦ୍ଧା , ନୟାଗଡ , ଗଞ୍ଜାମ , ଗଜପତି , କେନ୍ଦୁଝର , ମୟୂରଭଞ୍ଜ , ଅନୁଗୋଳ ରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ।ଭୁବନେଶ୍ବରରେ ଆଜି ସନ୍ଧ୍ୟା ଏବଂ ରାତିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି।