ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆରଟିଆଇ ପରିସରକୁ ଆସିଲା ଭିଜିଲାନ୍ସ। ସୂଚନା ଅଧିକାର ଆଇନ ପରିସରକୁ ଆସିବ ରାଜ୍ୟ ଭିଜିଲାନ୍ସ। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ। ବର୍ତ୍ତମାନ ଦୁର୍ନୀତି ଓ ମାନବାଧିକାର ଉଲ୍ଲଂଘନ ସୂଚନା ଗୋପନୀୟ ନୁହେଁ। ସରକାରୀ ଭାବେ ସୂଚନା ଦେବା ଏକ ସାଧାରଣ କଥା। । ଗୋପନୀୟ ଏବଂ ସମ୍ବେଦଶୀଳ ପ୍ରସଙ୍ଗକୁ ଛାଡି ଦେଲେ ଆଉ ସବୁକୁ ଆରଟିଆଇ ରେ ଅନ୍ତର୍ଭୁକ୍ତ କରାଯିବ।ବିଭାଗର ଅନ୍ୟ ସମସ୍ତ ଅଂଶ ପବ୍ଲିକ ଡୋମେନ ଦେବାକୁ ନିର୍ଦ୍ଦେଶ।