ସନଷ୍ଟାର ଟିଭି ବ୍ୟୁରୋ
ବାଲେଶ୍ୱର :ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ନୂଆଗାଁ ଗ୍ରାମ ପଞ୍ଚାୟତ ଯମୁନାଶ୍ଵଳ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ୧୩ ଜୁନ ସୋମବାର ସକାଳ ସାତ ଟା ସମୟରେ ସନ୍ତୋଷ ଖିଲାର (୪୫) ପତ୍ନୀ ଅର୍ଚ୍ଚନା ଖିଲାର ଓ ଚାରି ଜଣ ପିଲାକୁ ଧରି ଶଶୁର ଘରକୁ ବିବାହ ଉତ୍ସବ ରେ ଯୋଗଦେବା ପାଇଁ ଚୌମୁଖ ଗ୍ରାମକୁ ଯାଇଥିଲେ। ମଙ୍ଗଳବାର ସମୟ ରାତ୍ରି ୮ଟା ରେ ଏକା ସନ୍ତୋଷ ଖିଲାର ଘରକୁ ଫେରିଥିଲେ। ବୁଧବାର,ଗୁରୁବାର ଦୁଇଦିନ ପାଖ ପଡୋଶୀ କେହି ସନ୍ତୋଷଙ୍କୁ ଦେଖିବାକୁ ପାଇନଥିଲେ। ପରେ ଶୁକ୍ରବାର ରାତ୍ରି ନଅ ଘଟିକା ରେ ବିବାହ ଭୋଜି ପାର୍ଟି ରେ ଅନୁପସ୍ଥିତି ଥିବାର ଫ୍ୟାମିଲି ଓ ଶଶୁର ଘର ଲୋକେ ଦେଖିବାକୁ ପାଇଥିଲେ। ବାରମ୍ବାର ଫୋନ କରିବାରୁ ଫୋନ ଟି ସୁଇଜ ଅଫ କହୁଥିବାରୁ ପାଖ ସନ୍ତୋଷ ଖିଲାର ର ବଡବାପା ଙ୍କ ପୁଅ ବାବୁଧର ଖିଲାର ପାଖକୁ ଫୋନ ଆସିଲା। ବାବୁଧର ସନ୍ତୋଷ ଘରକୁ ଯାଇ ଭାଇ ଭାଇ ଡାକିଥିଲେ କିନ୍ତୁ ଘର ଭିତରୁ ଦୁଇଟି କବାଟ ବନ୍ଦଥିବା ଓ ଦୁଇ ଝରକା ଖୋଲାଥିବାର ଦେଖିବାକୁ ପାଇଥିଲେ । ଭିତରୁ କିଛି ଉତ୍ତର ନ ଆସିବାରୁ ବାଧ୍ୟ ହୋଇ ବାବୁଧର ତାର ଘର ଓ ପାଖ ପଡୋଶୀକୁ ଡାକିଥିଲେ। ସମସ୍ତେ ଆସି ଦେଖିଲେ ଭିତରୁ କବାଟ ବନ୍ଦ କିନ୍ତୁ କିଛି ପଚି ଯାଇଥିବା ର ଗନ୍ଧ ବାରିଥିଲେ। ତାଙ୍କର ଚାରି ଚକିଆ ଗାଡିଟି ବାରଣ୍ଡାରେ ଥିବାର ଦେଖିବାକୁ ମିଳିଥିଲା। ପରେ ଫାଣ୍ଡି କୁ ଖବର ଦେଇଥିଲେ,ଖବର ପାଇ ପୋଲିସ ସାରଦା ପ୍ରସନ୍ନ ମୁଦୁଲି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପୋଲିସ ଯାଞ୍ଚ କରି ବାଲିଆପାଳ ତହସିଲଦାର ଦୀପକ କୁମାର ଦାସ ଘଟଣା ଘଟିଥିବା ସ୍ଥାନରେ ପହଞ୍ଚିବା ପରେ ବାଲିଆପାଳ ତହସିଲଦାର ଙ୍କ ଉପସ୍ଥିତିରେ ପୋଲିସ କବାଟ ଭାଙ୍ଗି ଶବକୁ ଘର ଭିତରୁ ଉଦ୍ଧାର କରିଥିଲେ। ଖବର ଅନୁସାରେ ସନ୍ତୋଷ ହ୍ୟାଣ୍ଡିକ୍ୟାପ ଥିଲେ। ପୋଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାଲିଆପାଳ ହସ୍ପିଟାଲ ନେଇଥିଲେ। ଏହାକୁ ନେଇ ଅପମୃତ୍ୟୁ ମାମଲାରେ ଏକ ଫାଇଲ ରୁଜୁ କରାଯାଇ ତଦନ୍ତ ଚାଲୁ ରହିଛି । (ରିପୋର୍ଟ:ଚନ୍ଦନ ଜେନା)