ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଶାରୀରିକ ସୁସ୍ଥତା ପାଇଁ ଯୋଗ ନିହାତି ଭାବରେ ଆବଶ୍ୟକ। ଯୋଗ ସ୍ବାରା ମଣିଷର ମନ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ବିଜେପି ପାର୍ଟି ଅଫିସ ରେ ବିଜେପି ସମ୍ପାଦିକା ଡ଼. ଲେଖାଶ୍ରୀ ସାମନ୍ତସିଂହାର ମିଡ଼ିଆ ଙ୍କୁ କାଲି ବିଶ୍ୱ ଯୋଗ ଦିବସ ବିଷୟରେ ତଥ୍ୟ ଦେଇଛନ୍ତି। ଲେଖାଶ୍ରୀ କହିଥିଲେ ଯେ ଯୋଗ ଆମ ଭାରତ ରେ ଆରମ୍ଭ୍ ହୋଇଥିଲା କିନ୍ତୁ ଏହାକୁ ୟୁନାଇଟେଡ଼ ନେସନ ମାନ୍ୟତା ଦିଆଯାଇଛି। ସେଥିପାଇଁ ଜୁନ ୨୧କୁ ବିଶ୍ୱ ଯୋଗ ଦିବସ ରୂପେ ପାଳନ କରାଯାଉଛି ଏହା ସହ ଭାରତର ୭୫ଟି ସ୍ଥାନ ପାଳନ ହେବାସହ୍ ଓଡିଶାର ୩ଟି ସ୍ଥାନରେ ଯୋଗ ଦିବସ ପାଳନ କରାଯିବ। ଏଥିରେ ଭାରତୀୟ ଜନତା ପାର୍ଟିର ନେତା ମନ୍ତ୍ରୀ କର୍ମକର୍ତ୍ତା ସମସ୍ତେ ଯୋଗଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ବୋଲି ଲେଖାଶ୍ରୀ ପ୍ରକାଶ କରିଛନ୍ତି।