ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନର ଦୌଡରୁ ଓହରିଲେ ଫାରୁକ। ସମ୍ମିଳିତ ବିରୋଧୀ ଦ୍ବାରା ଫାରୁକ ଅବଦୁଲ୍ଲାଙ୍କୁ ପ୍ରାର୍ଥୀ କରିବାକୁ ନେଇ ବହୁତ ଚର୍ଚ୍ଚା କରାଯାଉଥିଲା। କିନ୍ତୁ ବର୍ତ୍ତମାନ ଏହି ସବୁ କଥାରେ ପୁଣ୍ୟଚ୍ଛେଦ ପଡିଛି। ଜାମ୍ମୁ – କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍ଫରେନ୍ସ ନେତା ଫାରୁକ ରାଷ୍ଟ୍ରପତି ପ୍ରାର୍ଥୀ ହେବେ ନାହିଁ ବୋଲି ଶନିବାର ସ୍ପଷ୍ଟ କରିଛନ୍ତି । ଫାରୁଖ କହିବା ଅନୁସାରେ ସେ ବର୍ତ୍ତମାନ ପ୍ରତ୍ୟକ୍ଷ ରାଜନୀତିରେ ସକ୍ରିୟ ରହିବାକୁ ଚାହୁଁଛନ୍ତି। ତାଙ୍କୁ ଜାମ୍ମୁ – କାଶ୍ମୀର ତଥା ଦେଶ ପାଇଁ ଅନେକ କିଛି କରିବାର ଅଛି।
ଫାରୁଖଙ୍କ ନାମ ଟିଏମସି ନେତା ମମତା ବାନାର୍ଜୀ ପ୍ରସ୍ତାବ ଦେଇଥିଲେ। କିନ୍ତୁ ବିଭିନ୍ନ ମହଲରୁ ଆଲୋଚନା କରିବା ପରେ ପ୍ରାର୍ଥୀ ନ ହେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଫାରୁକ କହିଛନ୍ତି । ତାଙ୍କ ପୂର୍ବରୁ ଏନ୍ସିପି ନେତା ଶରଦ ପଓ୍ବାରଙ୍କ ନାମ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଦେଇଥିଲେ , କିନ୍ତୁ ପଓ୍ବାର ମଧ୍ୟ ପ୍ରତ୍ୟକ୍ଷ ରାଜନୀତିରେ ରହିବା କାରଣ ଦର୍ଶାଇ ଏଥିରେ ରାଜି ହୋଇ ନ ଥିଲେ । ବର୍ତ୍ତମାନ ବିରୋଧୀ ଯେଉଁ ମାନଙ୍କର ନାମ ଦେଉଛନ୍ତି ସେମାନେ ଏଥିରୁ ଓହରିଯାଉଛନ୍ତି। କିନ୍ତୁ ଏପରି ପରିସ୍ଥିତି ହେଲେ ବିରୋଧୀ ଙ୍କୁ ପ୍ରାର୍ଥୀ ଦେବା କଷ୍ଟକର ହୋଇପଡ଼ିବ ବୋଲି ଆଶା କରାଯାଉଛି।