ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ଦେଶର ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି । ତେବେ ଯୁବବର୍ଗ ଏଥିରେ ସାମିଲ ହେବାପରେ ଅଗ୍ନିବୀରମାନେ କ’ଣ ସବୁ ବେନିଫିଟ୍ ପାଇବେ ତାହା ଉପରେ ନଜର ପକାଇବା ଆସନ୍ତୁ ।
୧- ପ୍ରତିରକ୍ଷା ମନ୍ତ୍ରଣାଳୟରେ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ନିଯୁକ୍ତି ସଂରକ୍ଷଣ ରଖାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଘୋଷଣା କରିଛନ୍ତି ।
୨- ଭାରତୀୟ ତଟରକ୍ଷୀ ବାହିନୀ ଓ ଅନ୍ୟ ୧୬ଟି ଡିଫେନ୍ସ ପବ୍ଲିକ ସେକ୍ଟର ଅଣ୍ଡରଟେକିଂ ( ପିଏସୟୁ ) ରେ ୧୦ ପ୍ରତିଶତ ସଂରକ୍ଷଣ ରହିବ। ଆବଶ୍ୟକ ସ୍ଥଳେ ସେମାନଙ୍କ ପାଇଁ ବୟସ କୋହଳ ନିୟମ ରହିବ । ଅଗ୍ନିପଥ ସ୍କିମ୍ : ବାୟୁସେନା ପକ୍ଷରୁ ପ୍ରକାଶ ।
୩- ସ୍ମିମ ଲଞ୍ଚ ହେବାର ଗୋଟିଏ ଦିନ ପରେ ଅଗ୍ନିବୀରଙ୍କ ପାଇଁ ବୟସୀମା ୨୧ରୁ ୨୩କୁ ବୃଦ୍ଧି କରାଯାଇଛି ।
୪- କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ଓ ଆସାମ ରାଇଫଲ୍ମ ନିଯୁକ୍ତିରେ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ ।
୫- ପ୍ରଥମ ବ୍ୟାଚର ଅଗ୍ନିବୀରଙ୍କ ପାଇଁ ୫ ବର୍ଷ ବୟସ କୋହଳ କରାଯିବ ।
୬- ସେନାରେ ୪ ବର୍ଷ କାର୍ଯ୍ୟ କରିବା ପରେ ଅଗ୍ନିବୀରଙ୍କୁ ରାଜ୍ୟ ପୋଲିସରେ ନିଯୁକ୍ତି ଦିଆଯିବ।
ତେବେ ଏହା ସହିତ
ଅଗ୍ନିବୀରଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା
-
ଅଗ୍ନିବୀରଙ୍କ ପାଇଁ ସ୍ୱତନ୍ତ୍ର ୟୁନିଫର୍ମ ରହିବ।
-
ଦରମା ସହିତ ମିଳିବ ମେଡିକାଲ ସୁବିଧା ଆଉ କ୍ୟାଣ୍ଟିନକାର୍ଡ।
-
ଡ୍ୟୁଟି ବେଳେ ମୃତ୍ୟୁ ହେଲେ ପରିବାରକୁ ମିଳିବ ୧କୋଟିଟଙ୍କା।
-
ଡ୍ୟୁଟି ବେଳେ ବିକଳାଙ୍କ ହେଲେ ୪୪ଲକ୍ଷ ଟଙ୍କାର ମିଳିବ ସହାୟତା।
-
ଚାକିରିରେ ମିଳିବ ସମ୍ପୁ୍ର୍ଣ୍ଣ ଦରମା।
-
ପ୍ରତି ବର୍ଷମାସକୁ ୩୦ହଜାର ଦରମା।
-
୩୦ହଜାରରୁ ୨୧ହଜାର ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ।
-
ଆଉ ୯ହଜାର କର୍ପସ ଫଣ୍ଡକୁ ଯିବ।
-
ଅଗ୍ନିବୀରଙ୍କୁ ବାୟୁସେନାରେ ମିଳିବ ବଡସୁବିଧା।
-
ଗୋଟିଏ ବର୍ଷରେ ମିଳିବ ୩୦ଟି ଛୁଟି(ଡାକ୍ତରିଛୁଟି ଅଲଗା)।