ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଓଡିଶା ଛୁଇଁଲା ମୌସୁମୀ। ଏହା ପ୍ରଭାବରେ ଓଡିଶାର ପ୍ରାୟ ସବୁ ଜିଲ୍ଲାରେ ବର୍ଷା ହୋଇଛି। ତାତିରେ ଫୁଟୁଥିବା ଓଡିଶାକୁ ଟିକିଏ ଶାନ୍ତ କରିଛି ରଜ ପରର ବର୍ଷା। କେବଳ ଏତିକି ନୁହେଁ ଗରମ ତାତିଲା ମାଟିରେ ବର୍ଷାର ବୁନ୍ଦା ପଡିବା ପରେ ଯେଉଁ ମହକ ସୃଷ୍ଟି ହୁଏ ସେଥିରେ ସାରା ଓଡିଶା ମହକୁଛି । ଏହା ସହିତ ଆସନ୍ତା ୨୦ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଏଥର ମୌସୁମୀ ବିଳମ୍ବ ଓଡିଶା ଛୁଇଛିଁ। ବର୍ଷା ପାଇଁ ଲୋକ ମାନେ ଆଉଟୁ ପାଉଟୁ ହେଉଥିବା ବେଳେ ବର୍ଷା ହେବା ପରେ ଟିକିଏ ଗରମରୁ ତ୍ରାହି ମିଳିଛି। ଆସନ୍ତା କାଲି କୋରାପୁଟରେ ସବୁଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଯାଜପୁର, ଢ଼େଙ୍କାନାଳ, କେଉଁଝର,କଟକ, ନୟାଗଡ ରେ ବଜ୍ରପାତ ସହିତ ବର୍ଷା ହୋଇପାରେ। ରାଜଧାନୀରେ ମଧ୍ୟ କିଛି କିଛି ସ୍ଥାନରେ ବର୍ଷା ହୋଇ ପାରେ ବୋଲି ପାଣି ପାଗ କେନ୍ଦ୍ର ସୂଚନା ଦେଇଛି।