ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଜି ଠାରୁ ରାଜ୍ୟରେ ଖୋଲିଲା ସ୍କୁଲ। ପୁଣି ସ୍କୁଲ ମୁହାଁ ହେଲେ ଛାତ୍ରଛାତ୍ରୀ। ୧୧ଦିନିଆ ଗ୍ରୀଷ୍ମ ଛୁଟି ସରିବା ପରେ ଆଜି ଠାରୁ ଆରମ୍ଭ ହେବ ଶ୍ରେଣୀଗୃହରେ ଶିକ୍ଷାଦାନ । ପ୍ରଥମେ ଜୁନ୫ ତାରିଖରେ ବିଦ୍ୟାଳୟ ବନ୍ଦ କରାଯାଇଥିଲା । ଏହା ପରେ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ବଢ଼ିବାରୁ ଜୁନ୬ରୁ ଖରାଛୁଟି ଘୋଷଣା ହୋଇଥିଲା । ତେବେ ଆଜି ଠାରୁ ପୂର୍ବ ଭଳି ପାଠପଢ଼ା ହେବ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପାଠ ପଢାଯିବ । ବିଦ୍ୟାଳୟ ଖୋଲିବାର ପ୍ରଥମ ଦିନ ପ୍ରଧାନଶିକ୍ଷକ ସମସ୍ତ ଶିକ୍ଷକଙ୍କ ସହ ବୈଠକ କରି ସମୟ ସାରଣୀ ପ୍ରସ୍ତୁତ କରିବେ । ଏହି ସାରଣୀ ମୁତାବକ କିଭଳି ଭାବେ ପାଠ୍ୟକ୍ରମ ସରିବ ସେ ଦିଗରେ ପଦକ୍ଷେପ ନିଆଯିବ। ସଠିକ୍ ଭାବେ ଏକାଡେମିକ୍ କ୍ୟାଲେଣ୍ଡର ପ୍ରସ୍ତୁତ ସହ ଚଳିତ ଶିକ୍ଷାବର୍ଷ ଯେପରି ୨୦୨୩ ମାର୍ଚ୍ଚ ସୁଦ୍ଧା ପାଠ୍ୟକ୍ରମ ସାରିବାକୁ ଧ୍ୟାନ ଦିଆଯିବ। ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଛାପା ଯାଇଥିବା ଏଫ୍ଏଲଏନ୍ ଓ ୪ର୍ଥରୁ ୮ମ ଶ୍ରେଣୀ ପିଲାଙ୍କ ପାଇଁ ଏଲ୍ଇପି ବହିକୁ ପାଠ୍ୟପୁସ୍ତକ ସହ ପ୍ରଦାନ କରାଯିବ । ଉଭୟ ପୁସ୍ତକ ପଢାଯିବ ।