ସନଷ୍ଟାର ଟିଭି ବ୍ୟୁରୋ
ଥାନେ: ମହାରାଷ୍ଟ୍ରର ଥାନେ ଜିଲ୍ଲାର ଏକ ଗାଁରୁ ଜଣେ ବ୍ୟକ୍ତି ଏବଂ ତାଙ୍କ ପୁଅଙ୍କୁ ଗିରଫ କରିଛି ପୋଲିସ। ୧୪ ବର୍ଷର ଭାଣୀଜିକୁ ବାରମ୍ବାର ବଳାତ୍କାର କରିଥିବା ଅଭିଯୋଗରେ ତାଙ୍କୁ ପୋଲିସ ଗିରଫ କରିଛି। ସେ ତାଙ୍କ ଗର୍ଭବତୀ ବୋହୂର ଯତ୍ନ ନେବା ପାଇଁ ଉତ୍ତରପ୍ରଦେଶରୁ ତାଙ୍କ ଭାଣୀଜିକୁ ଆଣିଥିଲେ ବୋଲି ଅଧିକାରୀ ଶୁକ୍ରବାର ସୂଚନା ଦେଇଛନ୍ତି। ବ୍ୟକ୍ତି ୫୨ବର୍ଷ ହୋଇଥିବାବେଳେ ତାଙ୍କ ପୁଅ୨୨ ବର୍ଷର।
ଅଭିଯୁକ୍ତ ଜଣକ ତାଙ୍କ ଗର୍ଭବତୀ ବୋହୂର ଯତ୍ନ ନେବା ଏବଂ ତାଙ୍କୁ ସାହାଯ୍ୟ କରିବା ପାଇଁ ଉତ୍ତରପ୍ରଦେଶରୁ ତାଙ୍କ ଭାଣୀଜିକୁ ଆଣିଥିଲେ। ତଥାପି ଉଭୟ ଅଭିଯୁକ୍ତ ନାବାଳିକାଙ୍କୁ ଅନେକ ଥର ଯୌନ ନିର୍ଯାତନା ଦେଇଥିଲେ। ବାରମ୍ବାର ଯୌନ ଶୋଷଣର ଶୀକାର ହେବା ପରେ ଝିଅଟି ଶେଷରେ ସାହସ ଜୁଟାଇ ପଡୋଶୀମାନଙ୍କୁ ତାଙ୍କ ଦୁଃଖଦ ଘଟଣା ବିଷୟରେ ଜଣାଇଲା। ସେମାନେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। ଏହାପରେ ପୀଡିତାଙ୍କ ଅଭିଯୋଗକୁ ଭିତ୍ତି କରି ଏକ ଅପରାଧ ପଞ୍ଜୀକୃତ ହୋଇଥିଲା।
ପରେ ନାବାଳିକାକୁ ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବୋଲି ପୋଲିସ କହିଛି।ବୁଧବାର ସନ୍ଧ୍ୟାରେ ଅଭିଯୁକ୍ତ ଯୋଡିଙ୍କୁ ଗିରଫ କରାଯାଇ ଗୁରୁବାର ଦିନ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା ଯାହା ଦ୍ବାରା ସେମାନଙ୍କୁ ଏକ ସପ୍ତାହ ରିମାଣ୍ଡରେ ନିଆଯାଇଥିଲା। ଇଣ୍ଡିଆନ୍ ପେନାଲ କୋଡ୍ (ଆଇପିସି) ଏବଂ ଶିଶୁମାନଙ୍କୁ ଯୌନ ଅପରାଧରୁ ସୁରକ୍ଷା (POCSO) ଅଧିନିୟମ ଅନୁଯାୟୀ ସେମାନଙ୍କ ବିରୋଧରେ ଏକ ଅପରାଧ ପଞ୍ଜୀକୃତ ହୋଇଛି।