ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଗତ୨୪ ଘଣ୍ଟା ମଧ୍ୟରେ ୧୨,୮୪୭ ଟି ମାମଲା ଚିହ୍ନଟ ହୋଇଛି। ଯାହାକି ୧୨,୦୦୦ରୁ ଅଧିକ ତାଜା କୋଭିଡ ମାମଲା ରିପୋର୍ଟ ହୋଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଶୁକ୍ରବାର ଦିନ ସୂଚନା ଦେଇଛି।
ତିନିମାସରୁ ଅଧିକ ବ୍ୟବଧାନ ପରେ, ଭାରତ କୋଭିଡ ମାମଲାରେ ଏତେ ବୃଦ୍ଧି ଦେଖା ଦେଇଛି। ଗୁରୁବାର ଦିନ ଦେଶରେ ୧୨,୨୧୩ ତାଜା କୋଭିଡ ସଂକ୍ରମଣ ରେକର୍ଡ ହୋଇଛି।ବର୍ତ୍ତମାନ ସୁଦ୍ଧା ଜୀବାଣୁ ସଂକ୍ରମିତ ହେଉଛନ୍ତି। ଲୋକମାନେ କରୋନାକୁ ନେଇ ସଚେତନ ହେଉନଥିବା ବେଳେ ବର୍ତ୍ତମାନ କରୋନା ସଂଖ୍ୟା ବଢ଼ିବାରେ ଲାଗିଲାଣି। ତେବେ ଏହି ବୃଦ୍ଧିରେ କର୍ଣ୍ଣାଟକ, ମହାରାଷ୍ଟ୍ର ,ଦିଲ୍ଲୀ,ହରିୟାଣା ମଧ୍ୟ ସାମିଲ ରହିଛି। ଏହା ସହିତ ଶୁକ୍ରବାର ଦିନ ୧୪ ଟି ମୃତ୍ୟୁ ସହିତ ଦେଶର ମୋଟ ମୃତ୍ୟୁ ସଂଖ୍ୟା ୫,୨୪,୮୧୭ କୁ ବୃଦ୍ଧି ପାଇଛି। ଏଯାଏଁ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ ଲାଗୁନାହିଁ।