ସନଷ୍ଟାର ଟିଭି ବ୍ୟୁରୋ
-
ଭିଆଇପି ତାଲିକାରେ ନାମ ନଥିବାରୁ ଅଟକିଲେ ମନ୍ତ୍ରୀ
-
ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ତାଲିକାରେ ନଥିଲା ଆଦିତ୍ୟଙ୍କର ନାମ
-
ସୁରକ୍ଷା ଦୃଷ୍ଟିରୁ ମଗାଗଲା ମନ୍ତ୍ରୀଙ୍କ ପରିଚୟ ପତ୍ର
ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକରେଙ୍କୁ କିଏ ଅବା ନଜାଣେ । ସେ ମହାରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଉଦ୍ଧବ ଠାକରେଙ୍କର ପୁତ୍ର ହେବା ସହିତ ମହାରାଷ୍ଟ୍ରର ପରିବେଶ ମନ୍ତ୍ରୀ ମଧ୍ୟ ଅଟନ୍ତି। ତେବେ ଏଭଳି କିଛି ଘଟଣା ଉପୁଜିଲା ଯେଉଁଥିରେ ତାଙ୍କୁ ତାଙ୍କର ପରିଚୟ ପତ୍ର ଦେବାକୁ ପଡିଲା। ସୂଚନାମୁତାବକ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ଗସ୍ତରେ ଆସିଥିଲେ। ତାଙ୍କୁ ସ୍ବାଗତ କରିବା ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିମାନବନ୍ଦର ଯାଇଥିଲେ। ଏହି ସମୟରେ ତାଙ୍କ ସହିତ ଆଦିତ୍ୟ ଠାକରେ ମଧ୍ୟ ଯାଇଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କର୍ମୀ ମାନେ ତାଙ୍କୁ ଯିବାକୁ ଅନୁମତି ଦେଇନଥିଲେ।
ସୂତ୍ରରୁ ପ୍ରକାଶ ଯେ ଜୁନିୟର ଠାକରେଙ୍କ ନାମ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ଥିବା ଭିଆଇପି ତାଲିକାରେ ନଥିଲା। କେବଳ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିପାରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକର୍ମୀ କହିଛନ୍ତି। ଫଳ ସ୍ବରୁପ ଆଦିତ୍ୟଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ଯିବାକୁ ଅନୁମତି ମିଳିନଥିଲା। ଏହି ଘଟଣା ଘଟିବା ପରେ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ଘଟଣା ଉପରେ ମୁଖ୍ୟମନ୍ତ୍ରୀ ମଧ୍ୟ ଅସନ୍ତୋଷ ପ୍ରକାଶ କରି ଯୁକ୍ତି ବାନ୍ଧିଥିଲେ ଯେ ସେ କେବଳ ମୋର ପୁଅ ନୁହଁନ୍ତି ବରଂ ମହାରାଷ୍ଟ୍ରର ପରିବେଶ ମନ୍ତ୍ରୀ। ଏବଂ ସେ ପ୍ରଧାନମନ୍ତ୍ରୀଙ୍କୁ ଗ୍ରହଣ କରିପାରିବେ ବୋଲି ନିଜର ମତ ଦର୍ଶାଇଥିଲେ। ଏହା ପ୍ରଥମ ଥର ନୁହେଁ ଯେତେ ବେଳେ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟୁଛନ୍ତି ଏହା ପୂର୍ବରୁ ଆଦିତ୍ୟ ବହୁ ବାର ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ଆସିଛନ୍ତି। ତେଣୁ ଏହି ପ୍ରୋଟୋକଲ କଣ ପାଇଁ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିଲେ। ସୂଚନାଅନୁସାରେ ପ୍ରଧାନମନ୍ତ୍ରୀ ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଟିକିଏ ତେଢ଼ା ରହିଛି। ୨୦୧୯ରାଜ୍ୟ ନିର୍ବାଚନ ପର ଠାରୁ ଶିବସେନା ଆଉ ବିଜେପିର ମଧ୍ୟରେ ସାମଞ୍ଜସ୍ୟ କିଛି ଖାସ ନାହିଁ। ଏହାସହ ଉଦ୍ଧବ ଠାକରେ ବିଜେପିର ମଧ୍ୟ ଜଣେ କଠୋର ସମାଲୋଚକ ।