ସନଷ୍ଟାର ଟିଭି ବ୍ୟୁରୋ

ରିପୋର୍ଟ: କୁହାଯାଏ ବିବାହ ହେଉଛି ଏକ ପବିତ୍ର ସମ୍ପର୍କ। ଏହା କେବଳ ଦୁଇ ପରିବାରର ମିଳନ ନୁହେଁ। ବରଂ ଏହା ହେଉଛି ଦୁଇ ମନ, ଦୁଇ ପ୍ରାଣର ମିଳନ। କିନ୍ତୁ ଏବେ ବିବାହରେ ଆଉ ସେଭଳି କିଛି ଦେଖିବାକୁ ମିଳୁ ନାହିଁ। ଜୋରଜବରଦସ୍ତ କରି କରାଯାଇଛି ବିବାହ। ତେବେ ମିଛ କଥା କହି ପ୍ରଥମେ ଡାକି ଆଣି ବିବାହ କରାଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ବିହାର ବେଗୁସରାଇରେ। ପ୍ରଥମେ ଡାକ୍ତରଙ୍କୁ ଅସୁସ୍ଥ ପ୍ରାଣୀକୁ ଯାଞ୍ଚ କରିବାକୁ ଫୋନ କରି ଡକାଗଲା। ଏହାପରେ ପ୍ରାଣୀ ଚିକିତ୍ସକଙ୍କୁ ତିନି ଜଣ ବ୍ୟକ୍ତି ଅପହରଣ କରି ମଙ୍ଗଳବାର ଦିନ ବିବାହ କରାଇଥିଲେ।
ଅସୁସ୍ଥ ପଶୁକୁ ଯାଞ୍ଚ କରିବା ପାଇଁ ତାଙ୍କୁ ରାତି ପ୍ରାୟ ୧୨ ଟା ସମୟରେ ଡକାଯାଇଥିଲା, ପରେ ୩ଜଣ ଲୋକ ତାଙ୍କୁ ଅପହରଣ କରି ନେଇଥିଲେ। ବିଳମ୍ବତ ରାତ୍ରିରେ ନ ଫେରିବା ପରେ ଘରେ ସମସ୍ତେ ଚିନ୍ତିତ ହୋଇ ଥିଲେ। ଏହି ଘଟଣା ପରେ ପ୍ରାଣୀ ଚିକିତ୍ସକଙ୍କ ବାପା ପୋଲିସ ନିକଟରେ ଅଭିଯୋଗ କରିଥିଲେ। ତେବେ ଏହି ଘଟଣାର ଯାଞ୍ଚକରି ଏହାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବେଗୁସରାଇ ଏସପି ଯୋଗେନ୍ଦ୍ର କୁମାର କହିଛନ୍ତି।
ବର ଅପହରଣ କରି ବିବାହ କରେଇବା ବିହାର, ଝାଡଖଣ୍ଡ ଏବଂ ଉତ୍ତରପ୍ରଦେଶର କିଛି ଅଂଶରେ ଏକ ସାଧାରଣ ଘଟଣା। ଯେଉଁଠାରେ ବନ୍ଧୁକଧାରୀମାନେ ବନ୍ଧୁକ ମୁନରେ ବିବାହ କରିବାକୁ ବାଧ୍ୟ କରିଥାଆନ୍ତି। ତେବେ ଏହାକୁ ନେଇ ବହୁ ଚଳଚିତ୍ର ମଧ୍ୟ ନିର୍ମାଣ କରାଯାଇଛି। ଲୋକମାନଙ୍କ ମଧ୍ୟରେ ଜନ ସଚେତନା ସୃଷ୍ଟି କରିବାକୁ ମଧ୍ୟ କରାଯାଇଛି। କିନ୍ତୁ ଏହା ପରେ ମଧ୍ୟ ଲୋକମାନେ ଏହାକୁ ନେଇ ସଚେତନ ହେବା ଦୂର ଏଥିରେ ଆହୁରି ସମ୍ପୃକ୍ତି ବଢ଼ାଇବାରେ ଲାଗିଛନ୍ତି। କିଛି ବର୍ଷ ପୂର୍ବେ ବିହାରର ଜଣେ ଇଞ୍ଜିନିୟରଙ୍କ ସହ ସମାନ ଘଟଣା ହୋଇଥିଲା।