ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଫିଫା ଓ ଫିଫା ୧୭ ବର୍ଷରୁ କମ୍ ମହିଳାଙ୍କ ବିଶ୍ୱକପ୍ ଭାରତ ୨୦୨୨ର ସ୍ଥାନୀୟ ଆୟୋଜକ କମିଟି ( ଏଲ୍ଓସି ) ପକ୍ଷରୁ ଏହି ଦ୍ଵିବାର୍ଷିକ ଯୁବ ଟୁର୍ଣ୍ଣାମେଣ୍ଟର ସାରଣୀକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଭାରତ ମ୍ୟାଚଗୁଡ଼ିକୁ ଚଳିତ ବର୍ଷ ଅକ୍ଟୋବର ୧୧ , ୧୪ ଓ ୧୭ ତାରିଖରେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜନ କରାଯିବ । ଅକ୍ଟୋବର ୩୦ରେ ନଭି ମୁମ୍ବାଇ ଠାରେ ଖେଳାଯିବାକୁ ଥିବା ଭାରତର ପ୍ରଥମ ଫିଫା ମହିଳା ଟୁର୍ଣ୍ଣାମେଣ୍ଟର ଉଭୟ ସେମି ଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍ ଗୋଆରେ ହେବ। ଏହି ମହତ୍ଵପୂର୍ଣ୍ଣ ମୁହୁର୍ତ ସମ୍ପର୍କରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ , “ ଆଗାମୀ ଫିଫା ୧୭ ବର୍ଷରୁ କମ୍ ମହିଳାମାନଙ୍କ ବିଶ୍ଵକପ୍ ଭାରତ ୨୦୨୨ରେ ଭାରତୀୟ ମ୍ୟାଚ୍ଗୁଡ଼ିକୁ ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ୍ ଆୟୋଜନ କରିବ ବୋଲି ଜାଣି ଆମେ ଅତ୍ୟନ୍ତ ଆନନ୍ଦିତ ଓ ଉଲ୍ଲସିତ । ଏହି ଅଗ୍ରଣୀ କ୍ରୀଡ଼ା ସ୍ଥଳ ଏହି ଗ୍ରାଣ୍ଡ୍ ଟୁର୍ଣ୍ଣାମେଣ୍ଟ ପାଇଁ ହୋମ୍ ଟିମ୍ ଦରକାର କରୁଥିବା ପରିବେଶ ପ୍ରଦାନ କରିବାକୁ ପ୍ରସ୍ତୁତ ରହିଛି । ପୂର୍ବରୁ ଉଭୟ ଜୁନିୟର ଓ ସିନିୟର ପୁରୁଷଙ୍କ ହକି ବିଶ୍ଵକପ୍ ଆୟୋଜନ କରିସାରିଥିବା ଓଡ଼ିଶାର ସଫଳତାରେ ଏହା ଆଉ ଏକ ପ୍ରମୁଖ ଫର୍ଦ ଯୋଡ଼ିଛି । ଏହି ରାଜ୍ୟ ପ୍ରମୁଖ ଘରୋଇ ଫୁଟବଲ ଟୁର୍ଣ୍ଣାମେଟ୍ ଯଥା ଆଇଏସ୍ଏଲ୍ , ଆଇ ଲିଗ୍ , ଇଣ୍ଡିଆନ୍ ସୁପର କପ୍ ଓ ଇଣ୍ଡିଆନ୍ ଓମେନ୍ସ ଲିଗ୍ ଆଦି ଆୟୋଜନ କରିଛି । ଏ ସମ୍ପର୍କରେ ଏଲ୍ଓସିର ପ୍ରକଳ୍ପ ନିର୍ଦେଶକ ଅଙ୍କୁଶ ଅରୋରା ଓ ନନ୍ଦିନୀ ଅରୋରା କହିଛନ୍ତି ଯେ , “ ମହିଳା ଫୁଟବଲକୁ ଆଗକୁ ବଢ଼ାଇବା ଲକ୍ଷ୍ୟ ଅନୁସାରେ ସମର୍ଥନ ପ୍ରଦାନ କରିଥିବାରୁ ଫିଫା , ଆୟୋଜକ ରାଜ୍ୟ ଓ ସମସ୍ତ ଅଂଶୀଦାରଙ୍କ ନିକଟରେ ଆମେ କୃତଜ୍ଞ। ଏହି ଐତିହାସିକ ଟୁର୍ଣ୍ଣାମେଣ୍ଟ ପ୍ରତି ସାରଣୀ ଘୋଷଣା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଦ୍ବିତୀୟ ଫିଫା ପ୍ରତିଯୋଗିତା ଯୋଜନା ଅନୁସାରେ ଭାରତରେ ଆୟୋଜନ କରିବା ଲାଗି ପ୍ରସ୍ତୁତି ଆଗେଇ ଚାଲିଛି ଓ ଏକ ସଫଳ ଟୁର୍ଣ୍ଣାମେଣ୍ଟ ପ୍ରଦାନ କରିବାକୁ ଆମେ ଦୃଢ଼ ନିଶ୍ଚିତ ରହିଛୁ । ଯାହା ଭବିଷ୍ୟତର ଫୁଟବଲ ତାରକାଙ୍କୁ ଚମକିବା ଲାଗି ମଂଚ ପ୍ରଦାନ କରିବ । ଘୋଷଣା ହୋଇଥିବା ସାରଣୀ ଅନୁସାରେ ଅକ୍ଟୋବର ୧୮ ସୁଦ୍ଧା ୨୪ ଗ୍ରୁପ୍ ଟିମ୍ ଖେଳ ଶେଷ ହେବ ଓ ଏହି ମ୍ୟାଚଗୁଡ଼ିକୁ ଓଡ଼ିଶା , ଗୋଆ ଓ ମହାରାଷ୍ଟ୍ର ଆୟୋଜନ କରିବେ । ଏହିଟୁର୍ଣ୍ଣାମେଣ୍ଟର କ୍ୱାଟର ଫାଇନାଲ୍ ଅକ୍ଟୋବର ୨୧ ଓ ୨୨ରେ ଅନୁଷ୍ଠିତ ହେବ ଓ ତା ‘ ପରେ ଫଟୋର୍ଦାର ପଣ୍ଡିତ ଜବାହାରଲାଲ ନେହେରୁ ଷ୍ଟାଡିୟମ୍ରେ ଅକ୍ଟୋବର ୨୬ରେ ସେମିଫାଇନାଲ୍ ଖେଳାଯିବ । ତା’ର ଚାରି ଦିନ ପରେ ତୃତୀୟ ସ୍ଥାନ ପାଇଁ ଏକ ମ୍ୟାଚ୍ ହେବ ଓ ଡିୱାଇ ପାଟିଲ୍ ଷ୍ଟାଡିୟମ୍ରେ ଚାରି ୮ଟାରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ । ଓଡ଼ିଶାରେ କିକ୍ ଅଫ୍ ଦି ଡ୍ରିମ୍ ଫୁଟବଲ୍ କାର୍ନିଭାଲ୍ର ଦୁଇଟି ସଂସ୍କରଣ ଆୟୋଜନ କରାଯାଇଥିଲା ଯାହା ୨୫୦୦ ପିଲାଙ୍କ ପାଖରେ ପହଂଚିଥିଲା ।