ସନଷ୍ଟାର ଟିଭି ବ୍ୟୁରୋ
କଟକ: ହାଇକୋର୍ଟରେ ୭ଜଣ ଅତିରିକ୍ତ ସରକାରୀ ଓକିଲ ( ଏଜିଏ ) ଓ ୧୦ ଜଣ ଅତିରିକ୍ତ ଷ୍ଟାଣ୍ଡିଂ କାଉନସିଲ ( ଏଏସସି ) ଙ୍କୁ ନିଯୁକ୍ତି ନେଇ ରାଜ୍ୟ ଆଇନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ତାଲିକାରେ ପ୍ରଦୀପ କୁମାର ରାଉତ , ସୁକୁମାର ଘୋଷ , ସୂର୍ଯ୍ୟନାରାୟଣ ପଟ୍ଟନାୟକ , ଦେବାଶିଷ ନାୟକ , ଶାଶ୍ଵତ ଦାସ , ଚୌଧୁରୀ ସତ୍ୟଜିତ ମିଶ୍ର , ଶୁଭାଶିଷ ପଟ୍ଟନାୟକଙ୍କୁ ଏଜିଏ(ଆଡିସ୍ନାଲ ଗଭମେଣ୍ଟ ଆଡଭୋକେଟ) ଭାବେ ନିଯୁକ୍ତି ମିଳିଛି । ସେହିଭଳି ଭାବେ ସମରେଶ ଜେନା , ଈଶ୍ବରମହାନ୍ତି , ସୋନକ ମିଶ୍ର , ବିବଶୃତ ପାଣିଗ୍ରାହୀ , ଶିତିକଣ୍ଠ ମିଶ୍ର , ମନୋରଂଜନ ମିଶ୍ର , ଦେବାଶିଷ ବିଶ୍ବାଳ , ସଂଜୟ ରଥ , ପ୍ରସନ୍ନ କୁମାର ମହାନ୍ତି , ଶଶାଙ୍କ ପାତ୍ରଙ୍କୁ ଏଏସସି (ଆଡିସ୍ନାଲ ଷ୍ଟାଣ୍ଡିଂ କାଉନସିଲ)ଭାବେ ନିଯୁକ୍ତି ଦିଆଯାଇଛି । ଉକ୍ତବିଜ୍ଞପ୍ତିରେ ତାଙ୍କର ନାମ ଉଲ୍ଲେଖ କରାଯାଇଛି । ଅନ୍ୟ ପକ୍ଷରେ ଚାରି ଜଣ କାର୍ଯ୍ୟରତ ଏଜିଏ ଓ ୧୦ଜଣ ଏଏସସିଙ୍କ କାର୍ଯ୍ୟକାଳ ଆଉ ବୃଦ୍ଧି ନ କରିବାକୁ ନିଷ୍ପତ୍ତି ନିଆଯାଇଛି ।