ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ପୁଣେରେ ଥିବା ସନ୍ଥ ଟୁକାରାମ ମହାରାଜ ମନ୍ଦିରରେ ଶିଳା ଏବଂ ପଥର ମନ୍ଦିରକୁ ଉନ୍ମୋଚନ କରିଛନ୍ତି। ୱାରି ପୋଷାକ ପିନ୍ଧି ପ୍ରଧାନମନ୍ତ୍ରୀଙ୍କୁ ଡିଜାଇନର୍ ଟୁକାରାମ ପଗଡି ପ୍ରଦାନ କରାଯାଇଥିଲା ଯାହାକି ଗିରିଶ ମୁରୁଦକରଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିଲା। ସାଧୁ ସନ୍ଥ ଟୁକାରାମଙ୍କ ଜନ୍ମସ୍ଥାନ ଦେହୁରେ ୫୦ ହଜରା ଲୋକଙ୍କୁ ପ୍ରଧାନମନ୍ତ୍ରୀ ଉଦବୋଦ୍ଧନ କରିଛନ୍ତି। ସେ କହିଛନ୍ତି ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି । ଆମେ ଗର୍ବିତ ଯେ ଆମେ ସବୁଠାରୁ ପ୍ରାଚୀନ, ଜୀବନ୍ତ ସଭ୍ୟତା ମଧ୍ୟରୁ ଅନ୍ୟତମ । ମୋଦୀ କହିଛନ୍ତି ଯେ ଭାରତ ଚିରସ୍ଥାୟୀ କାରଣ ଏହା ସାଧୁମାନଙ୍କ ଦେଶ ଅଟେ। ସାନ୍ତ ତୁକାରାମ କହିଛନ୍ତି ଯେ ଜାତିଭେଦ ଭେଦଭାବ ଏକ ପାପ। ତାଙ୍କର ଶିକ୍ଷା କେବଳ ଭକ୍ତି ପାଇଁ ନୁହେଁ, ବରଂ ଦେଶପ୍ରେମ ତଥା ସମାଜର କଲ୍ୟାଣ ପାଇଁ ମଧ୍ୟ ଜରୁରୀ ଅଟେ।