ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ: ଅଣ-ବିଜେପିନେତାଙ୍କୁ ଚିଠି ଲେଖିଲେ ମମତା। ମମତାଙ୍କ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କୁ ଏକାଠି କରିବାକୁ ପ୍ରୟାସ। ବିରୋଧୀଦଳର ୨୨ ନେତାଙ୍କୁ ଚିଠି ଲେଖିଲେ ମମତାବାନାର୍ଜୀ। ଜୁନ ୧୫ ତାରିଖରେବୈଠକ ପାଇଁ ସହମତି ଲୋଡିଲେ ମମତା। ଚିଠି ରେ ସୋନିଆଗାନ୍ଧୀ, ଉଦ୍ଧବଠାକ୍ରେ, କେଜରିୱାଲଙ୍କ ନାମ ସାମିଲ। କେବଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଚିଠି ଲଖିଲେ ମମତା। ଏହା ସହିତ ପିନାରାଇବିଜୟନ, କେ.ଚନ୍ଦ୍ରଶେଖରରାଓ ,ଏମ୍କେଷ୍ଟାଲିନ, ହେମନ୍ତ ସୋରେନ ଏବଂ ଭଗୱନ୍ତ ମାନ୍ଙ୍କୁ ମମତା ଚିଠି ଲେଖିଛନ୍ତି।
ରାଷ୍ଟ୍ରପତି ନିର୍ବାଚନ ହେଉଛି ସମସ୍ତ ପ୍ରଗତିଶୀଳ ବିରୋଧୀ ଦଳଙ୍କ ପାଇଁ ଭାରତୀୟ ରାଜନୀତିର ଭବିଷ୍ୟତ ମାର୍ଗରେ ପୁନଃଏକତ୍ର ହେବା ଏବଂ ସୁଚିନ୍ତିତ ହେବା ପାଇଁ ଉପଯୁକ୍ତ ସୁଯୋଗ ବୋଲି ବାନାର୍ଜୀ ଚିଠିରେ କହିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏକ ସମୟରେ ଯେତେବେଳେ ଆମର ଗଣତନ୍ତ୍ର ଅସୁବିଧାଜନକ ସମୟ ଦେଇ ଗତି କରେ, ମୁଁ ବିଶ୍ୱାସ କରେ ଯେ ବିରୋଧୀ ସ୍ୱରର ଏକକ ଫଳପ୍ରଦ ହେବା ଆବଶ୍ୟକ ବୋଲି ମମତା କହିଛନ୍ତି।