ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ: ଗାୟକ ଜଷ୍ଟିନ ବିବରଙ୍କୁ କିଏ ଅବା ନଜାଣେ। ନା ଶୁଣିଲା ମାନେ ପ୍ରଶଂସକ ମାନେ ପ୍ରଶଂସା କରିବା ଆରମ୍ଭ କରିଦିଅନ୍ତି। କିନ୍ତୁ ତାଙ୍କ ପ୍ରଶଂସକ ମାନଙ୍କ ପାଇଁ ସେ ଏକ ଦୁଃଖ ଖବର ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସେ ଏକ ବିରଳ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଯାହା ଦ୍ବାରା ତାଙ୍କ ମୁହଁର ଅଧାକୁ ପକ୍ଷାଘାତ କରିଦେଇଛି। ଏବଂ ସେ ଭଲ ନହେବା ପର୍ଯ୍ୟନ୍ତ ସେ ତାଙ୍କର କୌଣସି ସୋ କରିବେ ନାହିଁ। ଏଥିପାଇଁ ତାଙ୍କର ଯେଉଁ ସୋ ଥିଲା ତାକୁ ସ୍ଥଗିତ ରଖିଛନ୍ତି। ଗ୍ରାମି ବିଜେତା ଶୁକ୍ରବାର ଦିନ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କ ଅବସ୍ଥା ବିଷୟରେ କହିଥିଲେ। ସେ କହିଛନ୍ତି ଯେ ସେ ରାମସେ ହଣ୍ଟ ସିଣ୍ଡ୍ରୋମରେ ପୀଡିତ ଅଛନ୍ତି ଯାହା ମୁହଁ ପକ୍ଷାଘାତର କାରଣ ହୋଇଥାଏ । ଏବଂ ଏହା ଦ୍ୱାରା ମୁହଁରେ ଥିବା ସ୍ନାୟୁ ପ୍ରଭାବିତ ହୋଇଥାଏ।
ଜଷ୍ଟିନ ଏଥିରେ ଆକ୍ରାନ୍ତ ହେବା ପରେ ଟରୋଣ୍ଟୋ ଏବଂ ୱାଶିଂଟନ୍, ଡି.ସିରେ ଥିବା ତାଙ୍କର ସୋ’କୁ ବାତିଲ କରାଯାଇଛି। ବାତିଲ ପରେ ଜଷ୍ଟିନ ଏହି ଭିଡିଓକୁ ସେୟାର କରିଛନ୍ତି। ସେ ଏହାର କ୍ୟାପସନ୍ ଦେଇଛନ୍ତି, “ଗୁରୁତ୍ୱପୂର୍ଣ୍ଣ ଏହାକୁ ଦୟାକରି ଦେଖନ୍ତୁ। ମୁଁ ତୁମକୁ ଭଲ ପାଏ ପରବର୍ତ୍ତୀ ଶୋ’ର ବାତିଲ୍ ଦ୍ୱାରା ଯେଉଁମାନେ ନିରାଶ ହୋଇଛନ୍ତି, ମୁଁ କେବଳ ଶାରୀରିକ ଭାବରେ, ତାହା କରିବାକୁ ସକ୍ଷମ ନୁହେଁ ବୋଲି ସେ ଭିଡିଓରେ କହିଛନ୍ତି, ମୁଁ ଆଶା କରେ ଆପଣମାନେ ମତେ ବୁଝିବେ।
ଜଷ୍ଟିନ କହିଛନ୍ତି ଯେ ସେ ସୁସ୍ଥ ହେବା ପାଇଁ କେତେ ସମୟ ଲାଗିବ ସେ ଜାଣି ନାହାନ୍ତି। ଅବଶ୍ୟ, ବିଶ୍ରାମ ଏବଂ ଥେରାପି ମାଧ୍ୟମରେ ସମ୍ପୂର୍ଣ୍ଣ ସୁସ୍ଥ ହେବା ବିଷୟରେ ସେ ସକାରାତ୍ମକ ଭାବରେ କହିଛନ୍ତି ଏହାସହ ସେ ବ୍ୟାୟାମ କରୁଛନ୍ତି ବୋଲି କହିଛନ୍ତି। ଜଷ୍ଟିନଙ୍କ ଏହି ଭିଡିଓ ଜାରି ହେବାର କିଛି ଘଣ୍ଟା ମଧ୍ୟରେ ୧୪ ନିୟୁତ ଲୋକଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ଏହା ସହ ତାଙ୍କ ଉନ୍ନତି ପାଇଁ ମନ୍ତବ୍ୟ ବିଭାଗରେ ହଜାର ହଜାର ପ୍ରଶଂସକ ମାନେ ପ୍ରାର୍ଥନା କରିଛନ୍ତି।