ସନଷ୍ଟାର ଟିଭି ବ୍ୟୁରୋ
ନୁଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହିମାଚଳ ପ୍ରଦେଶର ହାମିରପୁରରେ ଏକ ରାଲିରେ ସମ୍ବୋଧିତ କରିଛନ୍ତି। ଲୋକମାନଙ୍କୁ ସମ୍ବୋଧିତ କରିବାବେଳେ ସିଏମ କେଜ୍ରିୱାଲ କହିଛନ୍ତି, ‘ମୁଁ ଆପଣଙ୍କ ସହ ଶିକ୍ଷା ବିଷୟରେ କହିବାକୁ ଆସିଛି। ମୁଁ ଆପଣଙ୍କୁ ପଚାରିବାକୁ ଚାହେଁ ଯେ ଆଜି ପର୍ଯ୍ୟନ୍ତ କୌଣସି ଦଳ ନିର୍ବାଚନ ସମୟରେ ଶିକ୍ଷା ବିଷୟରେ କଥାବାର୍ତ୍ତା କରିଛନ୍ତି କି? ଶିକ୍ଷା ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ତେବେ ନିର୍ବାଚନ ସମୟରେ ଯେଉଁଦଳ ଆପଣ ମାନଙ୍କ ଠାରୁ ଭୋଟ ଭିକ୍ଷା କରିବାକୁ ଆସନ୍ତି ସେ କେବେ ଆପଣଙ୍କ ପିଲାଙ୍କୁ ଭଲ ଶିକ୍ଷା ଦେଇ ପାରିବେ ସେ ବିଷୟରେ କେବେ କହିଛନ୍ତି କି? ହିମାଚଳ ପ୍ରଦେଶରେ ୧୪ଲକ୍ଷ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯାଆନ୍ତି ଯେଉଁଥିରୁ ୮.୫ ଲକ୍ଷ ସରକାରୀ ବିଦ୍ୟାଳୟକୁ ଯାଉଥିବାବେଳେ ୫.୫ ଲକ୍ଷ ଘରୋଇ ବିଦ୍ୟାଳୟକୁ ଯାଆନ୍ତି। ଏହାର ଅର୍ଥ ଅଧିକାଂଶ ଛାତ୍ର ସରକାରୀ ବିଦ୍ୟାଳୟକୁ ଯାଆନ୍ତି ଯାହା ରାଜ୍ୟରେ ଦାରିଦ୍ର୍ୟକୁ ସୂଚାଇଥାଏ। ତେଣୁ ରାଜ୍ୟରେ ସ୍ବାସ୍ଥ୍ୟ ଅବସ୍ଥାକୁ ଅଧିକ ପ୍ରାଧ୍ୟାନ୍ୟ ଦେବା ଆବଶ୍ୟକ ବୋଲି ସିଏମ ଅରବିନ୍ଦ କେଜ୍ରିୱାଲ କହିଛନ୍ତି।