ସନଷ୍ଟାର ଟିଭି ବ୍ୟୁରୋ
-
ଭିଜିଲାନ୍ସ ଜାଲରେ ଇନ୍ସପେକ୍ଟର
-
୧୦ ଲକ୍ଷ ଲାଞ୍ଚ ନେଇ ଧରା ପଡିଲେ ସମ୍ବଲପୁର ଭିଜିଲ୍ାନ୍ସ ଇନ୍ସପେକ୍ଟର ମାନସୀ ଜେନା
-
ମେ ୧୨, ତାରିଖରେ ଜଣେ ସହଯୋଗୀଙ୍କ ଦ୍ୱାରା ନେଇଥିଲେ ଲାଞ୍ଚ
ସମ୍ବଲପୁର: ଲାଞ୍ଚ ନେଇ ଧରାପଡିଲେ ସମ୍ବଲପୁର ଭିଜିଲାନ୍ସ ଅଫିସର ମାନସୀ । ଜଣେ ଭିଜିଲାନ୍ସ ଅଫିସର ହେବା ସତ୍ତେ ମାନସୀଙ୍କ ଏଭଳି କାମ ସମସ୍ତଙ୍କୁ ଚକିତ କରିଛି । ଗତ ମାସ ୧୨ ତାରିଖରେ ତାଙ୍କର ଜଣେ ବନ୍ଧୁଙ୍କ ସହାୟତାରେ ଲାଞ୍ଚ ନେଇଥିବା ଜଣାପଡିଛିି । ସୂଚନାମୁତାବକ; ଜଣେ ଅଫିସରଙ୍କ କେଶ ରଫାଦଫା କରିବାକୁ ଲାଞ୍ଚ ନେଇଥିଲେ ମାନସୀ । ଧରାପଡିବା ପରେ ଚାକିରିରୁ ବହିସ୍କାର ହେଲେ ଇନ୍ସପେକ୍ଟର ମାନସୀ ଜେନା । ଭିଜିଲାନ୍ସ ଇନ୍ସପେକ୍ଟର ଲାଞ୍ଚ ନେଉଥିବା ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିିଛି ।ତେବେ ପୋଲିସ ଡିଜି ସୁନୀଲ କୁମାର ବନସଲ ମାନସୀଙ୍କୁ ଚାକିରିରୁ ବହିସ୍କାର କରିଛନ୍ତି । ଏହା ସହ ମାନସୀ ଜେନା ଏବଂ ତାଙ୍କୁ ସହାୟତା କରିଥିବା ବ୍ୟକ୍ତି ମୁକେଶ ସାହୁଙ୍କୁ ପୋଲିସ ତଦନ୍ତ ଭୁକ୍ତ କରିଛି । (ରିପୋର୍ଟ: ସୋନାଲି)