ବାଙ୍ଗଲୋର : ଟ୍ରାଫିକ୍ ନିୟମ ଭାଙ୍ଗି ନାଲି ଆଖି ଦେଖାଉଛି ବିଧାୟକଙ୍କ ଝିଅ । ଟ୍ରାଫିକ ନିୟମ ଭାଙ୍ଗିଲେ । ପୋଲିସକୁ ନାଲି ଆଖି ଦେଖାଇଲା କର୍ଣ୍ଣାଟକ ବିଜେପି ବିଧାୟକ ଅରବିନ୍ଦ ଲିମ୍ବାବାଲିଙ୍କ ଝିଅ ରେଣୁକା ଲିମ୍ବାବାଲି । ବାଙ୍ଗଲୋରର ରାଜଭବନ ରୋଡରେ ଥିବା ଏକ ହୋଟେଲ ନିକଟରେ ଗୁରୁବାର ସଂଦ୍ଧ୍ୟାରେ ଏଭଳି ବିଶୃଙ୍କଳା ପରିସ୍ଥିତି ଉପୁଜିଥିଲା । ରେଣୁକା ଏକ ବିଏମଡବ୍ଲୁ କାର ଧରି ରାସ୍ତାରେ ଦ୍ରୁତ ଗତିରେ ଗାଡି ଚଳାଉଥିଲେ । ହେଲେ ଗାଡି ଚଳାଇଲା ବେଳେ ଟ୍ରାଫିକ ନିୟମ ମାନି ନଥିଲେ ରେଣୁ । ଟ୍ରାଫିକରେ ନାଲି ଲାଇଟ ଜଳିବା ପରେ ମଧ୍ୟ ଅଟକି ନଥିଲା ରେଣୁଙ୍କ ଗାଡି । ଆଉ ଠିକ୍ ଏହି ସମୟରେ ପୋଲିସ ଅଟକାଇଥିଲେ ରେଣୁଙ୍କ ଗାଡିକୁ ହେଲେ ପୋଲିସ କଥା ମଧ୍ୟ ଶୁଣିନଥିଲେ ବିଧାୟକଙ୍କ ଝିଅ । ଓଲାଟା ପୋଲିସଙ୍କୁ ଗାଳିଗୁଲଜ କରିବା ସହ ଉପସ୍ଥିତ ମିଡିଆଙ୍କୁ ମଧ୍ୟ ନାଲି ଆଖି ଦେଖାଇଥିଲେ ସେ । କିଛି ସମୟ ଯୁକ୍ତିତର୍କ ପରେ ୧୦,୦୦୦ ହଜାର ଟଙ୍କାର ଚାଲଣ କାଟିଥିଲେ ପୁଲିସ । ତେବେ ଏହି ଭିଡିଓ ଭାଇରାଲ ହେବା ପରେ କର୍ଣ୍ଣାଟକ ବିଧାୟକ ଅରବିନ୍ଦ ତାଙ୍କ ତରଫରୁ କ୍ଷମା ମାଗିଛନ୍ତି । ଝିଅର ଏଭଳି କାମ ପାଇଁ ସେ ଦୁଃଖିତ ବୋଲି କହିଛନ୍ତି । ଏହି ଘଟଣା ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ବହୁ ବାର ଏଭଳି ଘଟଣା ସମ୍ନାକୁ ଆସିଛିି । ଯେଉଁଥିଲେ ରାଜନେତାମାନଙ୍କର ପିଲାମାନେ ଏଭଳି ଅନେକ ଅସାଦାଚରଣ କାର୍ଯ୍ୟକରି ଲୋକ ଲୋଚନକୁ ଆସିଥିଲେ ମଧ୍ୟ ସେମାନଙ୍କ ଭିତରେ କୌଣସି ପ୍ରକାର ପରିବର୍ତ୍ତନ ଆସୁନାହିଁ । ବରଂ ଗୋଟିଏ ପରେ ଗୋଟିଏ ଘଟଣା ସମ୍ନାକୁ ଆସୁଛି ।ତେବେ ଏହାକୁ ନେଇ ଏବେ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଉଛି । (ରିପୋର୍ଟ: ସୋନାଲି)