ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆସନ୍ତା୧୬ରେ ସରକାରୀ କାର୍ଯ୍ୟାଳୟବନ୍ଦ। ଆଗାମୀ ରଜ ପର୍ବ ଉପଲକ୍ଷେ ଖୋର୍ଦ୍ଧା ଜିଲାରେ ଶେଷ ରଜ ତଥା ଜୁନ୍ ୧୬ରେ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ଜୁନ୍ ୧୪ ଓ ୧୫ ସରକାରୀ ଛୁଟି ରହିଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପତ୍ର ସଂଖ୍ୟା ୩୪୫୭୮ ତା୧୭ ୧୧.୨୦୨୧ ଅନୁଯାୟୀ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ବିଜ୍ଞପ୍ତି ନମ୍ବର ୧୮୨୫ ତା୨୧.୨.୨୨ ଅନୁସାରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ରାଜସ୍ବ ଆୟୁକ୍ତ ତାଙ୍କ କାର୍ଯ୍ୟ ପରିସରରେ ଥିବା ନିର୍ଦିଷ୍ଟ ଜିଲ୍ଲାରେ ଗୋଟିଏ ଦିନ ସରକାରୀ ସ୍ଥାନୀୟ ଛୁଟି ଘୋଷଣା କରିଥାନ୍ତି । ଏହି ଆଧାରରେ ଆଗାମୀ ୧୬ରେ ସରକାରୀ ଛୁଟି ଘୋଷଣା କରାଯାଇଛି । ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି।