ସନଷ୍ଟାର ଟିଭି ବ୍ୟୁରୋ
ଋିପୋର୍ଟ: କ୍ରିକେଟକୁ ଦୀର୍ଘ ୨୩ ବର୍ଷ ଦେବା ପରେ ଶେଷରେ କ୍ରିକେଟକୁ ଆଲବିଦା କହିଛନ୍ତି ମିତାଲି ରାଜ୍ । ଭାରତର ସବତ୍ତୋମ ମହିଳା କ୍ରିକେଟ ଖେଳାଳି ଭାବେ ସେ ବେଶ୍ ପରିଚିତ । ମିତାଲି ବର୍ତ୍ତମାନ ଆର୍ନ୍ତଜାତୀୟ କ୍ରିକେଟରୁ ବିଦାୟ ନେଇଛନ୍ତି । ତେବେ ସେ ଜଣେ ମହିଳା କ୍ରିକେଟ ଖେଳାଳି ଭାବେ କ୍ରିକେଟକୁ ପସନ୍ଦ କରୁଥିବା ଏବଂ ଖେଳୁଥିବା ମହିଳାଙ୍କ ପାଇଁ ଏକ ପ୍ରେରଣା ପାଲଟିଛନ୍ତି । ତେବେ ତାଙ୍କର ଏହି ଅବସରରେ ଗୌତମ ଗମ୍ଭିରଙ୍କ ଠାରୁ ଆରମ୍ଭ କରି ବହୁ ବଡ ବଡ କ୍ରିକେଟ ହସ୍ତୀମାନେ ଟ୍ୱିଟ କରି ତାଙ୍କର ପ୍ରଶଂସା କରିଛନ୍ତି । ତେବେ ୧୯୯୯ ମସିହାରେ ମିତାଲି ୧୬ ବର୍ଷ ବୟସରେ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ସେ ତାଙ୍କ କ୍ୟାରିୟରେ ୧୨ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ୨୩୨ ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ଏହା ସହ ୮୯ଟି ଟି-୨୦ ମ୍ୟାଚ ଖେଳିଥିଲେ । ଏହାଭିତରୁ ସମୁଦାୟ ୧୯୫ ଟି ମ୍ୟାଚରେ ସେ ଅଧିନାୟକ ଭୂମିକା ଗ୍ରହଣ କରିଥିଲେ । ଏହା ସହ ଷ୍ଟାଇକ ରେଟ ୫୦.୭ ରହିଛି । ଦୁଇଟି ୫୦ ଓଭର ବିଶ୍ୱକପ ଫାଇନାଲରେ ଦଳକୁ ଆଗେଇ ନେଇଥିଲେ ୩୯ ବର୍ଷୀୟା ମିତାଲି ରଥ । ନିଜ ଖେଳ ପାଇଁ ମିତାଲିଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯାଇଛି । ତେବେ ଏହା ମଧ୍ୟରେ ଅୁର୍ନ ଆୱାଡ, ପଦ୍ମଶ୍ରୀ, ରାଜୀବଗାନ୍ଧି, ଖେଳ ରତ୍ନ ସାମିଲ ଅଛି ।(ରିପୋର୍ଟ:ସୋନାଲି)