ସନଷ୍ଟାର ଟିଭି ବ୍ୟୁରୋ
କୋରାପୁଟ :କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଛଟାଗୁଡା ଗ୍ରାମର ଦମଦାର ଦାମୀ ଙ୍କ ସ୍ତ୍ରୀ ଜାନକୀ ଦାମୀ ଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଛି। ଆଜି ସକାଳେ ଛଟାଗୁଡା ଗ୍ରାମ ନିଜ ଘରେ ଜାନକୀ ଦାମୀଙ୍କ ମୃତ୍ୟ ହୋଇଥିବା ପ୍ରଥମେ ଜଣେ ମହିଳା ଦେଖି ସାହି ଲୋକ ମାନଙ୍କୁ ଡାକିଥିଲେ। ମୃତକ ମହିଳାଙ୍କ ବେକ କଟା ହୋଇଥିବା ଦେଖିବାକୁ ମିଳିଥିଲା। ପ୍ରଥମେ ଦେଖି ଥିବା ମହିଳା ଙ୍କ କହିବା ଅନୁଯାୟୀ ଗୋଟେ ଶବ୍ଦ ଶୁଣି ସେ ଦୌଡ଼ି ଯାଇଥିଲେ ହେଲେ ସେ ଦେଖିବା ବେଳେ ଘରେ କେହି ନଥିଲେ। ଏବଂ ପରେ ମୃତ ହୋଇଥିବାର ସେ ଜାଣିବାକୁ ପାଇଲେ। ଖବର ପାଇ କୋରାପୁଟ ଏସ ଡି ପି ଓ ଏବଂ କୋରାପୁଟ ସଦର ଥାନା ପୋଲିସ ଆସି ଅନୁସନ୍ଧାନ କରୁଛନ୍ତି। ଅନୁସନ୍ଧାନୀ କୁକୁର ସହ ସାଇଣ୍ଟଫିକ ଟିମ୍ ମଧ୍ୟ ଆସି ଅନୁସନ୍ଧାନ ଜାରି ରଖିଛନ୍ତି। ଖବର ସଂଗ୍ରହ ପର୍ଯ୍ୟନ୍ତ ମୃତ୍ୟୁ କାରଣ ଜଣାପଡ଼ି ନାହିଁ। ମୃତ ଜାନକୀ ଦାମୀଙ୍କ ଘର ପାଖ ବାରିଗୁଡ଼ା ଗ୍ରାମ ହୋଇଥିବାରୁ ତାଙ୍କର ସମ୍ପର୍କୀୟ ଓ ଗ୍ରାମବାସୀ ଆସିଛନ୍ତି। ଏହି ଖବର ପ୍ରକାଶ ପାଇବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ପୋଲିସ ଅନୁସନ୍ଧାନ ପରେ ଶବ ବ୍ୟବଚ୍ଛେଦ ପାଇ ନିଆଯିବ ବୋଲି ସୂଚନା ମିଳିଛି।(ରିପୋର୍ଟ: ବେଂକଟେସ ରାଓ)