ସନଷ୍ଟାର ଟିଭି ବ୍ୟୁରୋ
ଋିପୋର୍ଟ: ଏବେ ଆଉ କ୍ୟାନସରକୁ ଡରିବାର ନାହିଁ । ବହୁ ଦିନ ଧରି କର୍କଟ ରୋଗରେ ପିଡୀତ ହୋଇଥିବା ରୋଗୀଙ୍କ ପାଇଁ ଆସ୍ୱସ୍ତି । କ୍ୟାନସର ପାଇଁ ଆସିଲା ମେଡସିନ ।ତେବେ ଏହି ମେଡିସିନ ଆମେରିକାର ନ୍ୟୁୟ୍ର୍କରୁ ଆସିଛି । ଏହି ମେଡିସିନର ନାଁ ହେଉଛି ଦୋସ୍ତାରଲିମାବ । ଏହି ମେଡିସିନ୍କୁ ପ୍ରାୟ ୧୮ ଜଣଙ୍କ ରୋଗୀଙ୍କ ଉପରେ ଟେଷ୍ଟ କରାଯାଇଥିଲା ।ଏହି ମେଡିସିନ ବ୍ୟବହାର କରାଯିବା ପରେ ମାତ୍ର ୬ ମାସ ଭିତରେ ଟ୍ୟୁମର ସମ୍ପୁନ୍ନ ଭଲ ହୋଇଯାଇଥିଲା ବୋଲି ନିୟୁୟର ଟାଇମ୍ସରେ ପ୍ରକାଶ ପାଇଥିଲା । ସୂଚନାମୁତାବକ, ୧୮ ଜଣ ରେକ୍ଟାଲ କ୍ୟାନସର ରୋଗୀଙ୍କୁ ଦିଆଯାଇଥିଲା ଏହି ଓøଷଧ । ତେବେ ଏହା ସାରା ବିଶ୍ୱ ପାଇଁ ବହୁତ ବଡ ଖୁସି ଖବର । ବହୁ ଦିନ ପରେ କ୍ୟାନସର ଭଳି ମାରାତ୍ମକ ରୋଗର ନିରାକରଣ ମଳିସାରିଛି । ଆଗରୁ ହେଉଥିବା ସମସ୍ତ ଚିକିତ୍ସାର ଏକ ସାଇଡ ଇଫେକଟ ରହୁଥିଲା । ହେଲେ ଦୋସ୍ତାରଲିମାବ ଓøଷଧକୁ ବ୍ୟବହାର କରିବା ରେ କ୍ୟାନସର ସମ୍ପୁନ ଭଲହେବା ସହ କୌଣସି ସାଇଡ ଇଫେକଟ ଦେଖାଯାଉନଥିବା ସୂଚନା ମିଳିଛି ।(ରିପୋର୍ଟ:ସୋନାଲି)