ରିପୋର୍ଟ: ଚାଷୀଙ୍କ ପାଇଁ ଆସିଲା ଖୁସି ଖବର । ଆଜି ଧାନ ଦର କୁଇଣ୍ଟାଲ ପିଛା ୧୦୦ ଟଙ୍କା ବୃଦ୍ଧି ହୋଇଛି । ପୂର୍ବରୁ କୁଇଣ୍ଟାଲ ପିଛା ଧାନ ଦର ୧୯୪୦ ଟଙ୍କା ଥିବାବେଳେ ଏବେ ଏହି ଦର ବୃଦ୍ଧି ହୋଇ ୨୦୪୦ ହୋଇଛି । ତେବେ ଧାନ ସମେତ ଆଉ ୧୭ଟି ଫସଲର MSP ବୃଦ୍ଧି ହେବା ନେଇ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି । ଖରିଫ ଋତୁ ପାଇଁ ୧୭ ଟି ଫସଲର MSP ବଢାଇ କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଏକ ଅସ୍ୱସ୍ତି ଆଣିଛନ୍ତି । ଏମିତି ବି କିଛି ଦିନ ହେବ ପ୍ରାୟତଃ ସବୁ ଦରଦାମ ବୃଦ୍ଧି ହେଉଛି । ଯାହା ଜନଜୀବନକୁ ବହୁ ଅସ୍ତବ୍ୟସ୍ତ କରୁଥିଲା । ହେଲେ ଏବେ ଧାନ ଦର ବୃଦ୍ଧି କରି ଏକ ପ୍ରକାର ସନ୍ତେଷ ଜନକ ବାର୍ତ୍ତା ଦେଇଛନ୍ତି ସରକାର ।
(ରିପୋର୍ଟ: ସୋନାଲି)