ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜି ଶପଥ ନେବେ ୨୧ ନୂତନ ମନ୍ତ୍ରୀ। ଏଥିରେ ୧୩ ଜଣ କ୍ୟାବିନେଟ ମନ୍ତ୍ରୀ ଏବଂ ୮ଜଣ ରାଷ୍ଟ୍ରମନ୍ତ୍ରୀ ସାମିଲ ଅଛନ୍ତି। ଏହି ତାଲିକାରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଆଳି ବିଧାୟକ ପ୍ରତାପ ଦେବ,ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ,ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ,ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର,ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ,ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ,ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଝାରସୁଗୁଡା ବିଧାୟକ ନବକିଶୋର ଦାଶ, ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଏକାମ୍ର ବିଧାୟକ ଅଶୋକ ପଣ୍ଡା,ବୌଦ୍ଧ ବିଧାୟକ ପ୍ରଦୀପ ଅମାତ, ବିଜେପୁର ବିଧାୟିକା ରୀତା ସାହୁ,ଚିକିଟି ବିଧାୟିକା ଉଷା ଦେବୀ, ପ୍ରଫୁଲ କୁମାର ମଲ୍ଲୀକ, ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ,ସୁକିନ୍ଦା ବିଧାୟକ ପ୍ରିତୀ ରଞ୍ଜନ ଘଡ଼ାଇ, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ଏବଂ କରଞ୍ଜିଆ ବିଧାୟିକା ବାସନ୍ତୀ ହେଂବ୍ରମଙ୍କ ନାମ ସାମିଲ ରହିଛି। ଏହା ସହିତ ବାଚସ୍ପତି ପଦର ଗତ କାଲି ସୂର୍ଯ୍ୟନାରାୟଣ ପାତ୍ର ଇସ୍ତଫା ଦେଇଥିବା ବେଳେ ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶୀର ଆରୁଖ ଙ୍କୁ ବାଚସ୍ପତି ପଦ ମିଳିପାରେ ବୋଲି ବେଶ ଚର୍ଚ୍ଚା ହେଉଛି ।
ସୂଚନାମୁତାବକ ଏହି ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଆଜି ପୂର୍ବାହ୍ନ ପ୍ରାୟ ୧୧.୪୫ରେ ଆୟୋଜିତ ହେବ। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏହି ଶପଥପାଠ କରାଇବେ। ତେବେ ପ୍ରଥମ ଥର ପାଇଁ ମନ୍ତ୍ରୀ ମଣ୍ଡଳ ଶପଥ ଉତ୍ସବ ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ ହେବ।