ସନଷ୍ଟାର ଟିଭି ବ୍ୟୁରୋ
କୋଲକାତା: ମେ ୩୧ ତାରିଖରେ କେକେ ର ମୃତ୍ୟୁ ହୋଇଛି। ତେବେ ବର୍ତ୍ତମାନ କେକେଙ୍କର ଶେଷ ମୁହୂର୍ତ୍ତର କିଛି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାକୁ ଲାଗିଛି। ଏହାକୁ ନେଇ ମୁହଁ ଖୋଲିଛନ୍ତି ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖର। ସେ କହିଛନ୍ତି କେକେଙ୍କର ର ମୃତ୍ୟୁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା। ଅନେକ ଲୋକ ମୋତେ ଭିଡିଓ ପଠାଇଛନ୍ତି, ଏବଂ ମୁଁ ସେହି ଭିଡିଓଗୁଡିକ ଦେଖିଛି। ମୋର ହୃଦୟ ଦୁଃଖରେ ଭାଙ୍ଗି ପଡିଛି। ତେବେ ଏହା ପଛରେ ପ୍ରଶାସନର ମଧ୍ୟ ଅଧିକ ବିଫଳତା ରହିଛି। ଯଦି ଆମେ ଏହାର ପ୍ରତ୍ୟେକ ଦିଗକୁ ଦେଖିବା ସେଠାରେ ଥିବା ପରିବେଶ, ଉପସ୍ଥିତ ଲୋକଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବା, ସଙ୍କଟ ସମୟରେ କିଛି ପ୍ରତିକାର ବ୍ୟବସ୍ଥା କରିବାରେ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ଥିଲା। ଯେଉଁମାନେ ଏହାର ତଦାରଖ କରିବାକୁ ଯାଉଥିଲେ ସେମାନେ ନିଶ୍ଚିତ ଭାବରେ ଉତ୍ତରଦାୟୀ ହେବେ ବୋଲି ରାଜ୍ୟପାଳ କହିଛନ୍ତି।
ସୂଚନାମୁତାବକ କେକେଙ୍କର କୋଲକାତାରେ ଷ୍ଟେଜ ସୋ ସମୟରେ ହୃଦଘାତରେ ମୃତ ହୋଇଛି। ଏଭଳି ପ୍ରତିଭାବାନ କଳାକାରଙ୍କୁ ହରାଇବା ପରେ ସାରା ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି।