ସନଷ୍ଟାର ଟିଭି ବ୍ୟୁରୋ

ନୂଆଦିଲ୍ଲୀ: ପଦାର୍ଥ ବିଜ୍ଞାନ ଏବଂ ଗଣିତ କ୍ଷେତ୍ରରେ ଅସାଧାରଣ ଅବଦାନ ପାଇଁ ଗୁଗୁଲ ଶନିବାର ଦିନ ଜଣାଶୁଣା ଭାରତୀୟ ଗଣିତଜ୍ଞ ତଥା ପଦାର୍ଥ ବିଜ୍ଞାନୀ ସତ୍ୟେନ୍ଦ୍ର ନାଥ ବୋଷଙ୍କୁ ଏକ ବିଶେଷ ଡୁଡଲ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି।
୧୯୨୪ ମସିହାରେ ଆଜିର ଦିନରେ, ସତ୍ୟେନ୍ଦ୍ର ନାଥ ବୋଷ, ଯିଏ କି ୧୯୨୦ ଦଶକ ପୂର୍ବରୁ କ୍ୱାଣ୍ଟମ୍ ମେକାନିକ୍ସ ଉପରେ କାର୍ଯ୍ୟ ପାଇଁ ବେଶ୍ ଜଣାଶୁଣା। ସେ ଜର୍ମାନ୍ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ ନିକଟକୁ ତାଙ୍କର କ୍ୱାଣ୍ଟମ୍ ସୂତ୍ର ପଠାଇଥିଲେ ଯାହା କ୍ୱାଣ୍ଟମ୍ ମେକାନିକ୍ସରେ ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ଭାବରେ ସ୍ୱୀକୃତି ଦେଇଥିଲା । କୁହାଯାଏ ଯେ ବୋଷ ଆଲବର୍ଟ ଆଇନଷ୍ଟାଇନଙ୍କୁ ତାଙ୍କର ମେଣ୍ଟର ଭାବରେ ନେଇଥିଲେ।୧୯୮୪ମସିହାରେ କୋଲକାତାରେ ଜନ୍ମଗ୍ରହଣ କରିଥିବା ବୋଷ ପଦାର୍ଥ ବିଜ୍ଞାନ, ଗଣିତ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ, ମିନେରାଲୋଜି, ଦର୍ଶନ, କଳା, ସାହିତ୍ୟ, ଏବଂ ସଙ୍ଗୀତ ସହିତ ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଆଗ୍ରହ ଦେଖାଉଥିଲେ ।
ବୋଷ କଲିକତାର ହିନ୍ଦୁ ବିଦ୍ୟାଳୟରେ ପଢ଼ିଥିଲେ ଏବଂ ପରେ ପ୍ରେସିଡେନ୍ସି କଲେଜରେ ପଢ଼ିଥିଲେ। କେବଳ ଏତିକି ନୁହେଁ ପ୍ରତ୍ୟେକ ଅନୁଷ୍ଠାନରେ ସର୍ବାଧିକ ମାର୍କ ମଧ୍ୟ ହାସଲ କରିଥିଲେ। ଏହାପରେ ବୋଷ ୧୯୧୬ରୁ ୧୯୨୧ ପର୍ଯ୍ୟନ୍ତ କଲିକତା ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗରେ ଅଧ୍ୟାପକ ଭାବରେ କାର୍ଯ୍ୟ କରିଥିଲେ। ୧୯୫୪ ମସିହାରେ ବୋଷଙ୍କୁ ଭାରତର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଭୂଷଣ ପ୍ରଦାନ କରାଯାଇଥିଲା