ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ବଦଳିବ ମନ୍ତ୍ରୀ ପଦ । ଏକ ବିଶେଷ ସୂତ୍ରରୁ ତାହା ଜଣାପଡ଼ି ଥିଲେ ହେଁ ସରକାରୀ ଭାବେ କିଛି ଘୋଷଣା ହୋଇନାହିଁ । ସୂଚନାନୁସାରେ ବିଭିନ୍ନ ବିବାଦରେ ଛନ୍ଦି ହୋଇଥିବା ମନ୍ତ୍ରୀ ମାନଙ୍କୁ ବଦଳି କରାଯିବା ନେଇ କଳ୍ପନା କରାଯାଉଥିବା ବେଳେ ଆଗକୁ କିଛି ବି ହୋଇ ପାରେ। ଆଜି ସବୁମନ୍ତ୍ରୀ ଇସ୍ତଫା ସେ ଦେଇଛନ୍ତି।
ତେବେ ୮ ପୁରୁଣା ମନ୍ତ୍ରୀଙ୍କ ବଦଳିବ ବିଭାଗ? ମନ୍ତ୍ରୀ ସଂଖ୍ୟା ୨୦ ରୁ ବୃଦ୍ଧି ପାଇ ଏହାକୁ ୨୧କୁ ବୃଦ୍ଧି କରାଯାଇପାରେ। ବିଶେଷ ସୁତ୍ରରୁ ଯାହା ପ୍ରକାଶ ପାଉଛି ଆସନ୍ତା କାଲି ମନ୍ତ୍ରୀ ମଣ୍ଡଳଙ୍କର ଶପଥ ଗ୍ରହଣ ହୋଇପାରେ। ଆନ୍ତାକାଲଇ ୧୧.୪୫ ରେ ମନ୍ତ୍ରୀମଣ୍ଡଳଙ୍କର ଶପଥ ଗ୍ରହଣ ଉତ୍ସବ ପାଳନ ହେବାକୁ ନେଇ ଚର୍ଚ୍ଚା ଜୋରଧରିଛି। ତେବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମନ୍ତ୍ରୀ ପଦକୁ ଫେରିବେ ବୋଲି ଆଶା କରାଯାଉଛି।
ତେବେ କେଉଁ ମନ୍ତ୍ରୀ ଇସ୍ତଫା ଦେବେ ?
ସୂଚନା ଓ ଚର୍ଚ୍ଚାନୁସାରେ ଜଳସମ୍ପଦ ତଥା ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ,ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ,କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ,ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାଏକ, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ,ବୟନ ଶିଳ୍ପ ବିକାଶ ମନ୍ତ୍ରୀ ପଦ୍ମିନୀ ଦିଆନ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାଣେନ୍ଦ୍ର ପ୍ରତାପ ସ୍ୱାଇଁ,ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି,ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ , ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏହି ମନ୍ତ୍ରୀମାନେ ସମୂହ ସ୍ଵଇଚ୍ଛାରେ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ଜୋରଧରିଛି ।
ତେବେ କେଉଁମାନେ ମନ୍ତ୍ରୀ ହେବେ?
ବୌଦ୍ଧ ଜିଲ୍ଲାରୁ ପ୍ରଦୀପ ଅମାତ୍, କେନ୍ଦୁଝର ଜିଲ୍ଲାରୁ ବଦ୍ରିନାରାୟଣ ପାତ୍ର,କେନ୍ଦ୍ରାପଡ଼ା ଜିଲ୍ଲାରୁ ଅତନୁ ସବ୍ୟସାଚୀ ନାୟକ, ମୟୂରଭଞ୍ଜ ଜିଲ୍ଲା ବାସନ୍ତୀ ହେମ୍ବ୍ରମ , ବାଲେଶ୍ୱର ଜିଲ୍ଲାରୁ ବିଧାୟକ ଅଶ୍ୱିନୀ ପାତ୍ର, ଗଞ୍ଜାମ ଜିଲ୍ଲାରୁ ବିଧାୟିକା ଲତିକା ପ୍ରଧାନ, ରାଉକେଲା ବିଧାୟକ ଶାରଦା ନାୟକ ଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବାର ସମ୍ଭାବନା ରହିଛି ।