ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ବଦଳିବ ମନ୍ତ୍ରୀ ପଦ। ଆଉ ୨ ରୁ ୩ ଦିନ ମଧ୍ୟରେ କିଛି ନୂଆ ଚେହେରାକୁ ଦେଖିବାକୁ ମିଳିବ । ସେପଟେ ମନ୍ତ୍ରୀ ରାଜା ସ୍ବାଇଁ , ପଦ୍ମୀନ ଦିଆନ, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାଶ ଏବଂ ଜ୍ୟୋତି ପାଣିଗ୍ରାହୀ ଙ୍କୁ ନିଜ ପଦରୁ ଇସ୍ତଫା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ନିଜ ମନ୍ତ୍ରୀ ପଦରୁ ପ୍ରେମାନନ୍ଦ ନାୟକ ଇସ୍ତଫା ଦେଇ ସାରିଛନ୍ତି। ତେବେ ଯାହା ସୂଚନା ମିଳୁଛି ଆସନ୍ତାକାଲି ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇପାରେ। ଏଥିପାଇଁ ରାଜଭବନରେ ଶପଥ ଗ୍ରହଣ ଉତ୍ସବ ନେଇ ପ୍ରସ୍ତୁତି ଚାଲିଥିବା ସୂଚନା ।