ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ:ସାଇକେଲ ବ୍ୟବହାର ଏବଂ ଏହାର ଉପକାରିତାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ଜୁନ୍ ୩ରେ ବିଶ୍ୱ ସାଇକେଲ୍ ଦିବସ ପାଳନ କରାଯାଏ। ପରିବହନ, ମନୋରଞ୍ଜନ ଏବଂ ପରିବେଶର ସଂରକ୍ଷଣ ପାଇଁ ସାଇକେଲ ବ୍ୟବହାର କରାଯାଏ। ବର୍ତ୍ତମାନ ଯେଉଁ ଭଳି ପେଟ୍ରୋଲ ,ଡିଜେଲଦର ବୃଦ୍ଧି ପାଇବାରେ ଲାଗିଛି ଲୋକେ ସାଇକେଲ ବ୍ୟବହାର କରିବା ପାଇଁ ମନବଳାଉଛନ୍ତି। ଏହାସହିତ ବର୍ତ୍ତମାନ ଲୋକେ ମାନେ ପରିବେଶ ସୁରକ୍ଷା ଦିଗରେ ଅଧିକ ପ୍ରାଧ୍ୟାନ୍ୟ ଦେଉଛନ୍ତି। ତେଣୁ ଲୋକାମାନଙ୍କୁ ସଚେତନ କରାଇବା ପାଇଁ ପ୍ରତି ବର୍ଷ ଆଜିର ଦିନରେ ବିଶ୍ୱ ସାଇକେଲ୍ ଦିବସ ପାଳନ କରାଯାଏ।
ବିଶ୍ୱ ସାଇକେଲ ଦିବସରେ, ଲୋକମାନେ ଏବଂ ସମ୍ପ୍ରଦାୟ ଏକତ୍ରିତ ହୋଇ ଏହାର ଉପକାରିତା ଏବଂ ସାଇକେଲଗୁଡିକ ଆମ ଜୀବନରେ କିପରି ଉନ୍ନତି ଆଣିପାରେ ତାହା ଉପରେ ଆଲୋକପାତ କରିଥାଆନ୍ତି। ସାଇକେଲ ବ୍ୟବହାର କରିବା ଦ୍ବାରା ସମ୍ବଳ ସଂରକ୍ଷଣ ଏବଂ ଆମ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଏକ ସୁଲଭ ଏବଂ ସୁସ୍ଥ ଉପାୟ ପ୍ରଦାନ କରିବାର କ୍ଷମତା ରଖିଛି । ୧୯୮୮ ମସିହାରୁ ଏହି ଦିବସ ପାଳନ କରାଯାଉଛି। ଏଲହା ପାଖାପାଖି ୮୦ ରୁ ଉର୍ଦ୍ଧ ଦେଶ ମାନଙ୍କରେ ପାଳନ କରାଯାଇଥାଏ।