ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ:ଯୋଗୀ ଆଦିତ୍ୟନାଥ ଗୁରୁବାର ଦିନ ଘୋଷଣା କରିଛନ୍ତି ଯେ ଶୁକ୍ରବାର ଦିନ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ସମ୍ରାଟ ପୃଥଓ୍ବୀରାଜ ରାଜ୍ୟରେ ଟିକସମୁକ୍ତ ହେବ। ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ସମେତ ଅନ୍ୟାନ୍ୟ ବିଜେପି ଶାସିତ ରାଜ୍ୟ ଏହି ଚଳଚ୍ଚିତ୍ର ଟିକସକୁ ରାଜ୍ୟରେ ମୁକ୍ତ କରିଛନ୍ତି।ୟୁପି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ଅକ୍ଷୟ କୁମାର ଟ୍ୱିଟ କରି କହିଛନ୍ତି ଯେ ଏହି ଉତ୍ସାହ ପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ। ସେ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ – ପୁଷ୍କର ସିଂ ଧାମି ଏବଂ ଶିବରାଜ ସିଂ ଚୌହାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।
ତେବେ ଏହି କଥାକୁ ନେଇ ବର୍ଷିଛନ୍ତି ରାହୁଲ ଗାନ୍ଧୀ। ରାହୁଲ କହିଛନ୍ତି “ବ୍ୟାଙ୍କ ମ୍ୟାନେଜର, ଶିକ୍ଷକ ଏବଂ ଅନେକ ନିରୀହ ଲୋକଙ୍କୁ ପ୍ରତିଦିନ ହତ୍ୟା କରାଯାଉଛି। କାଶ୍ମୀରୀ ପଣ୍ଡିତମାନେ ପଳାୟନ କରୁଛନ୍ତି। ଯେଉଁମାନେ ସେମାନଙ୍କୁ ସୁରକ୍ଷା ଦେବା କଥା, ସେମାନେ ଫିଲ୍ମର ପ୍ରମୋସନ୍ କରୁଛନ୍ତି।