ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ଆସିଲା ସୁପ୍ରିମକୋର୍ଟ ରାୟ । ପେନାଲ୍ଟି ସହ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । କେବଳ ଏତିକି ନୁହେଁ ଦୁଇ ଆବେଦନକାରୀଙ୍କୁ ମଧ୍ୟ ୧ଲକ୍ଷ ଲେଖାଏଁ ଜରିମାନା ପାଇଁ ନିର୍ଦ୍ଦେଶ ଦେଲା ସୁପ୍ରିମକୋର୍ଟ । ବହୁଦିନ ଡ଼ରି ଲାଗି ରହିଥିବା ବିବାଦର ଅନ୍ତ ଘଟିବା ପରେ ବିରୋଧୀଙ୍କ ମୁହଁ ବନ୍ଦ ହୋଇ ଯାଇଛି। ସେପଟେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଟ୍ବିଟ ଏବେ ବିରୋଧୀଙ୍କର ହୋସ ଉଡାଇଛି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଶ୍ରୀ ଜଗନ୍ନାଥ ଙ୍କ ଇଚ୍ଛା ବିରୁଦ୍ଧରେ ପତ୍ର ମଧ୍ୟ ହଲେ ନାହିଁ। ଯାହା ହୋଇଛି ଏଥିରେ ପ୍ରଭୁଙ୍କର ଇଚ୍ଛା ଏବଂ ଆର୍ଶୀବାଦ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି।