ସନଷ୍ଟାର ଟିଭି ବ୍ୟୁରୋ

କୋରାପୁଟ:ଅଭିନବ ଉପାୟରେ ଲୁଣ ବୋଝେଇ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ଲମତାପୁଟ ପୋଲିସ । ବିଶେଷ ସୂତ୍ର ରୁ ଖବର ପାଇ କୋରାପୁଟ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡ଼ିପିଓ ଙ୍କ ନେତୃତ୍ବରେ ଲମତାପୁଟ ପୋଲିସ ଟୀକାପୁଟ ଗ୍ରାମ ନିକଟରେ ଲୁଣ ବୋଝେଇ ଟ୍ରକରେ ବିପୁଳ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇଥିଲା ପୋଲିସ। ଟିକାପୁଟ ଗ୍ରାମ ନିକଟରେ ବିପୁଳ ଗଞ୍ଜେଇ ଟ୍ରକରେ ଲାଦିବା ପରେ ଉପରେ ଲୁଣବସ୍ତା ରଖି ଥିଲେ ମାଫିଆ ମାନେ । ଲମତାପୁଟ ପୋଲିସ ଟିକାପୁଟ ରୁ ଛତିଶଗଡ ଚାଲଣ ପାଇଁ ପ୍ରସ୍ତୁତ ଚାଲିଥିବା ବେଳେ ମାଡି ବସି ଥିଲା। ଏହାସହ ୩ ଜଣ ଗଞ୍ଜେଇ ମାଫିଆ କୁ ଉଦ୍ଧାର କରାଯାଇଛି। ଅନ୍ଧାର ର ସୁଯୋଗ ନେଇ ଅନ୍ୟ ୨ ମାଫିଆ ସେଠାରୁ ଚମ୍ପଟ ମାରିବାରେ ସଫଳ ହୋଇଥିବା ବେଳେ ଟ୍ରକ କୁ ଜବତ କରିଥିଲା ପୋଲିସ । ଟ୍ରକ ରୁ ଲୁଣ ଖାଲି କରିବା ପରେ ୨୨୩ ଟି ବସ୍ତାରେ ପ୍ରାୟ ୫ ଟନ ରୁ ଅଧିକ ଗଂଜେଇ ଜବତ କରିଥିଲା। ଏହାର ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ହେବ ବୋଲି ପୋଲିସ ଅନୁମାନ କରୁଛି । ଗିରଫ ବ୍ୟକ୍ତି ମାଛକୁଣ୍ଡ ଥାନା ଅନ୍ତରଗତ ସୁଦର୍ଶନ ଲେନ୍ଦ୍ରୁ , ଉତ୍ତରପ୍ରଦେଶ ଅଞ୍ଚଳରର ଉମେଶ ବାବୁ ଏବଂ ସିଂହପାଲ ବୋଲି ଜଣାପଡ଼ିଛି । (ରିପୋର୍ଟ:ବେଂକଟେସ ରାଓ)