ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ: ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ଟ୍ୱିଟର ପରେ ବର୍ତ୍ତମାନ ବହୁତ ଖବର ଚର୍ଚ୍ଚାକୁ ଆସୁଛି। ସୌରଭ ନିଜ ଟ୍ବିଟର ପେଜରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ତାଙ୍କ ପରବର୍ତ୍ତୀ ପଦକ୍ଷେପ ବିଷୟରେ କହିଛନ୍ତି। ବର୍ତ୍ତମାନ ବିସିସିଆଇର ମୁଖ୍ୟ ତଥା ଭାରତ ପାଇଁ ଜଣେ ସଫଳ ଅଧିନାୟକ ଥିବା ଗାଙ୍ଗୁଲି ନିକଟରେ କୋଲକାତାରେ ତାଙ୍କ ବାସଭବନରେ ଭାରତୀୟ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଗାଙ୍ଗୁଲି ପରବର୍ତ୍ତୀ ସମୟରେ କଣ ଯୋଜନା କରୁଛନ୍ତି ସେନେଇ କଳ୍ପନାଜଳ୍ପନା ବଢ଼ୁଛି।
ଟ୍ୱିଟରକୁ ନେଇ ସେ ତାଙ୍କ ପ୍ରଶଂସକଙ୍କ ସହ ଏକ ଅପଡେଟ୍ ସେୟାର କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି: ୧୯୯୨ରେ କ୍ରିକେଟ୍ ସହିତ ମୋର ଯାତ୍ରା ଆରମ୍ଭ ହେବାର ଏହା ୩୦ ବର୍ଷ ହୋଇଗଲାଣି। ସେହି ଦିନଠାରୁ କ୍ରିକେଟ୍ ମୋତେ ବହୁତ କିଛି ଦେଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ଆପଣ ମାନଙ୍କର ସମର୍ଥନ ମତେ ଦେଇଛି । ମୁଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେବାକୁ ଚାହେଁ ଯିଏ ଯାତ୍ରା ର ଏକ ଅଂଶ ହୋଇସାରିଛି, ମୋତେ ସମର୍ଥନ କରିଛନ୍ତି ଏବଂ ଆଜି ମୁଁ ଯେଉଁଠାରେ ଅଛି ସେଠାରେ ପହଞ୍ଚିବାରେ ମୋତେ ସାହାଯ୍ୟ କରିଛନ୍ତି। ଆଜି, ମୁଁ କିଛି ନୂଆ ଆରମ୍ଭ କରିବାକୁ ଯୋଜନା କରୁଛି । ଗାଙ୍ଗୁଲି ୨୦୧୯ ଶେଷରେ ବିସିସିଆଇର ସଭାପତି ହୋଇଥିଲେ ଏବଂ ଏହି ପଦବୀ ଜାରି ରଖିଛନ୍ତି। ଟ୍ୱିଟରରେ ତାଙ୍କର ଅପଡେଟ୍ ରେ ସେ ତାଙ୍କର ପରବର୍ତ୍ତୀ ପଦକ୍ଷେପ ବିଷୟରେ ଉଲ୍ଲେଖ କରିନାହାଁନ୍ତି, ଯେପରିକି ସେ କେଉଁ ଆଡେ ଯାଉଛନ୍ତି କିମ୍ବା ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି। ତେବେ ସେ ରାଜନୀତିରେ ପାଦ ଦେବେ କି ତାଙ୍କର ଆଗାମୀ ପଦକ୍ଷପ କଣ ହେବ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ।