ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତି ଏମ୍ସରେ ପ୍ରାୟ ୧୫୦୦ପଦବୀ ଖାଲି ପଡିଛି । ସୂଚନା ଅଧିକାର ଆଇନରେ ମଗାଯାଇଥିବା ସୂଚନାରୁ ଏହା ଜଣାପଡିଛି । ଭୁବନେଶ୍ୱର ଏମ୍ସରେ କେତେ କର୍ମଚାରୀ ଅଛନ୍ତି ଏବଂ କେତେ ପଦବୀ ଖାଲି ପଡିଛି, ସେ ସମ୍ପର୍କରେ ସୂଚନା ଅଧିକାର ଆଇନ ବଳରେ ମାନବିକ ଅଧିକାର କର୍ମୀ ଶ୍ରୀ ଅଖଣ୍ଡ ତଥ୍ୟ ମାଗିଥିଲେ । ଏହାର ଉତ୍ତରରେ ସେଠାକାର ଜନ ସୂଚନା ଅଧିକାରୀ ଦେଇଥିବା ଚିଠିରୁ ଜଣାପଡିଛି ଯେ ବହୁ ସଂଖ୍ୟକ କର୍ମଚାରୀ ପଦବୀ ବର୍ତ୍ତମାନ ସୁଦ୍ଧା ଖାଲି ପଡିଛି । ଏହାକୁ ପୂରଣ କରିବା ପାଇଁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷପ ମଧ୍ୟ ନିଆଯାଉ ନାହିଁ। ତେବେ ମିଳିଥିବା ସୂଚନାଅନୁସାରେ ଏବେ ଏମ୍ସରେ ୭୯ ଫାକଲ୍ଟି ପଦବୀ ଖାଲି ପଡିଥିବା ବେଳେ ୧୪୧୪ ଟି ଅଣ-ଫାକଲ୍ଟି ପଦବୀ ଖାଲି ପଡିଛି। ତେବେ ଯଦି ଏତେ ସଂଖ୍ୟକ ସିଟ୍ ଖାଲି ପଡିଛି ତେବେ ଏଥପି ପାଇଁ କାର୍ଯ୍ୟକରେ ମଧ୍ୟ ବ୍ୟାଘାତ ଦେଖିବାକୁ ମିଳିଛି। ପଦବୀ ଖାଲି ପଡିବା ପାଇଁ ସ୍ୱାସ୍ଥ୍ୟ ସେବା ଓ ଶିକ୍ଷାଦାନ ବ୍ୟାହାତ ହୋଇପାରେ ବୋଲି ଶ୍ରୀ ଅଖଣ୍ଡ ଆଶଙ୍କା ବ୍ୟକ୍ତ କରିବା ସହ ତୁରନ୍ତ ଏହି ପଦଗୁଡିକୁ ପୂରଣ କରାଯାଉ ବୋଲି ଦାବି କରିଛନ୍ତି ।