ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: ରାଜ୍ୟରେ ଖାଲି ପଡିଥିବା ୪ଟି ରାଜ୍ୟସଭା ଆସନ ପାଇଁ ଆଜି ନାମାଙ୍କନ ଭରିଲେ ବିଜେଡିର ୪ ପ୍ରାର୍ଥୀ ସୁଲତା ଦେଓ , ଡ.ସସ୍ମିତ ପାତ୍ର , ମାନସ ମଙ୍ଗରାଜ ଓ ନିରଞ୍ଜନ ବିଶି। ଦଳର ବରିଷ୍ଠ ବିଧାୟକଙ୍କ ଉପସ୍ଥିତିରେ ବିଧାନସଭା ସଚିବାଳୟ ପରିସରରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୂଚନାମୁତାବକ ଜୁନ୧୦ରେ ରାଜ୍ୟର ତିନିଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଥିବା ବେଳେ ଆଜି ଥିଲା ନାମାଙ୍କନ ଭରିବାର ଶେଷ ଦିନ। ବିରୋଧୀ ଦଳ କୌଣସି ପ୍ରାର୍ଥୀ ଦେଉ ନଥିବା ବେଳେ ଶାସକ ଦଳ ନିର୍ଦ୍ବନ୍ଦରେ ଜିତିବେ।