ସନଷ୍ଟାର ଟିଭି ବ୍ୟୁରୋ

ରିପୋର୍ଟ:ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ ମେ ୩୦ ରେ ସିଭିଲ ସର୍ଭିସେସ୍ ପରୀକ୍ଷଣ ୨୦୨୧ର ଫଳାଫଳ ଘୋଷଣା କରିଛି। ଏଥର ଶ୍ରୁତି ଶର୍ମା ଟପ୍ପର ହୋଇଛନ୍ତି। ଅଙ୍କିତା ଅଗ୍ରୱାଲ ଦ୍ୱିତୀୟ ଏବଂ ଗାମିନୀ ସିଙ୍ଗଲା ତୃତୀୟ ସ୍ଥାନ ଅଧିକାର କରିଛନ୍ତି।ଅନ୍ତିମ ଫଳାଫଳ ପ୍ରିଲିମ୍, ମୁଖ୍ୟ ଏବଂ ସାକ୍ଷାତକାର ରାଉଣ୍ଡ ପରେ ପ୍ରକାଶିତ ହୋଇଛି । ତେବେ ସିଭିଲ୍ ସର୍ଭିସେସ୍ ରେ କୃତିତ୍ବ ଅର୍ଜନ କରିଛନ୍ତି ଓଡିଆ ପୁଅ ବିଶ୍ୱ ବିଶ୍ରୁତ ତ୍ରିପାଠୀ। ଉତ୍କଳ ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରଫେସର ସନ୍ତୋଷ ତ୍ରିପାଠୀଙ୍କ ପୁତ୍ର ଶ୍ରୀମାନ ବିଶ୍ୱ ବିଶ୍ରୁତ ତ୍ରିପାଠୀ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷା(୨୦୨୧)ର ସଫଳ ପ୍ରାର୍ଥୀଙ୍କ ଭିତରେ ୨୩୨ତମ ସ୍ଥାନ ହାସଲ କରିଛନ୍ତି