ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ:ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ ମେ ୩୦ ରେ ସିଭିଲ ସର୍ଭିସେସ୍ ପରୀକ୍ଷଣ ୨୦୨୧ର ଫଳାଫଳ ଘୋଷଣା କରିଛି। ଏଥର ଶ୍ରୁତି ଶର୍ମା ଟପ୍ପର ହୋଇଛନ୍ତି। ଅଙ୍କିତା ଅଗ୍ରୱାଲ ଦ୍ୱିତୀୟ ଏବଂ ଗାମିନୀ ସିଙ୍ଗଲା ତୃତୀୟ ସ୍ଥାନ ଅଧିକାର କରିଛନ୍ତି।ଅନ୍ତିମ ଫଳାଫଳ ପ୍ରିଲିମ୍, ମୁଖ୍ୟ ଏବଂ ସାକ୍ଷାତକାର ରାଉଣ୍ଡ ପରେ ପ୍ରକାଶିତ ହୋଇଛି ।
ସିଭିଲ୍ ସର୍ଭିସେସ୍ (ମେନ୍) ପରୀକ୍ଷା, ୨୦୨୧ ଫଳାଫଳ ମାର୍ଚ୍ଚ ୧୭ ରେ ଘୋଷଣା କରାଯାଇଥିଲା। ଯେଉଁମାନେ ମୁଖ୍ୟ ପରୀକ୍ଷାରେ ଉତିର୍ଣ୍ଣ କରିଥିଲେ ସେମାନଙ୍କୁ ସାକ୍ଷାତକାର ରାଉଣ୍ଡ (ବ୍ୟକ୍ତିତ୍ୱ ପରୀକ୍ଷା) ପାଇଁ ଡକାଯାଇଥିଲା। ଏହା ଏପ୍ରିଲ୫ ରୁ ମେ ୨୬, ୨୦୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ୟୁପିଏସିର ଅନ୍ତିମ ଫଳାଫଳ ମେନ୍ ଏବଂ ସାକ୍ଷାତକାର ରାଉଣ୍ଡରେ ପ୍ରାର୍ଥୀଙ୍କ କାର୍ଯ୍ୟଦକ୍ଷତା ଉପରେ ଆଧାରିତ।
ନିଯୁକ୍ତି ପାଇଁ ୟୁପିଏସି ୬୮୫ ପ୍ରାର୍ଥୀଙ୍କ ନାମ ସୁପାରିଶ କରିଛି । ଏଥିମଧ୍ୟରେ ୨୪୪ ସାଧାରଣ, ୭୩ ଇଡବ୍ଲୁଏସ, ୨୦୩ ଓବିସି,୧୦୫ ଏସି ଏବଂ ୬୦ ଏସଟି ବର୍ଗ ପ୍ରାର୍ଥୀ ଅନ୍ତର୍ଭୁକ୍ତ।