ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ଏହି ବୈଠକରେ ଓଡିଶା ସମ୍ବନ୍ଧୀୟ ଅନେକ ବିଷୟ ଉପରେ ଆଲୋଚନା କରାଯିବା ସହ କେନ୍ଦ୍ରର ସାହାର୍ଯ୍ୟ ପାଇଁ ମଧ୍ୟ ଆଲୋଚନା କରାଯାଇଛି। ମୁଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଆଉ ଏକ ସୌଜନ୍ୟମୂଳକ ପରିଦର୍ଶନ କରିବି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ଏହି ସାକ୍ଷାତକାରରେ ଆଗକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ କୌଣସି ଆଲୋଚନା କରାଯାଇ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।